ନୀଳଗିରି, ୧୭/୦୮,: ନୀଳଗିରି ଏନ୍ଏସି ଅଧୀନ ୪ ନମ୍ବର ୱାର୍ଡ ମିରିଗିଣି ଗ୍ରାମରୁ ପ୍ରାୟ ଆଠ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟି ଉକ୍ତ ଗ୍ରାମର ପ୍ରଦୀପ କୁମାର ପ୍ରଧାନଙ୍କ କୁକୁଡ଼ା ଭାଡି ଭିତରେ ପଶି ୭ଟି ଅଣ୍ଡା ଖାଇବା ସହ ଦୁଇଟି କୁକୁଡ଼ା କୁ ମାରି ଗିଳିଦେଇଥିଲା। ଶ୍ରୀ ପ୍ରଧାନ କୁକୁଡ଼ା ଭାଡି ମଧ୍ୟରେ ଏତେ ବଡ଼ ଓ ମୋଟା ସାପ ଦେଖି ଭୟରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ହରେକୃଷ୍ଣ ରାଉତ ଙ୍କୁ ଖବର ଦେଇଥିଲେ। ଶ୍ରୀ ରାଉତ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ବନବିଭାଗକୁ ହସ୍ଥାନ୍ତର କରିଥିଲେ। ପରେ ସାପଟିକୁ କୁଲଡିହା ଜଙ୍ଗଲ ମଧ୍ୟରେ ଛାଡ଼ିଦିଆଯାଇଛି। ଏବେ ଲଗାଣ ବର୍ଷା ଯୋଗୁଁ ନିକଟସ୍ଥ ଜଙ୍ଗଲରୁ ଅଜଗର ତଥା ଅନ୍ୟାନ୍ୟ ସାପ ଓହ୍ଲାଇ ଆସି ଜଙ୍ଗଲ ଓ ନଦୀ, ନାଳ, କେନାଲ୍ ନିକଟସ୍ଥ ଜନବସତିରେ ପ୍ରବେଶ କରୁଛନ୍ତି। ଏଣୁ ଏଥିପ୍ରତି ସତର୍କ ଓ ସଚେତନ ରହିବାକୁ ଶ୍ରୀ ରାଉତ କହିଛନ୍ତି ।