ରାୟଗଡା କଂଗ୍ରେସ ଦେଖାଇଲା ସାଙ୍ଗଠନିକ ଦକ୍ଷତା

0

 

ବିଜେପି ଛାଡି କଂଗ୍ରେସରେ ମିଶିଲେ ମୁନିଗୁଡା ବ୍ଲକ ଚେୟାରମ୍ୟାନଙ୍କ ସହ ୭ ସମିତି ସଭ୍ୟ ଓ ୮ ସରପଞ୍ଚ

ବିଜେପି ଦଳ ଦେଶ ଓ ଜାତି ପାଇଁ ବିପଜ୍ଜନକ : କରଡା

ଭୁବନେଶ୍ୱର ଦୀନବନ୍ଧୁ ନାୟକ  – ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ବିଜେପିର ଉପସ୍ଥିତିକୁ ଲାଗିଛି ଝଟକା ! ଚେୟାରମ୍ୟାନ ଶ୍ରୀଧର କରଡାଙ୍କ ନେତୃତ୍ୱରେ ୭ ଜଣ ସମିତିସଭ୍ୟ ଏବଂ ୮ ଜଣ ସରପଞ୍ଚ ବିଜେପି ପରିତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ଉପଲକ୍ଷ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରି ଭାରତୀୟ ଜାତୀୟ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ କରଡା କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା କଂଗ୍ରେସ ଅଧ୍ୟକ୍ଷ  ରାହୁଲ ଗାନ୍ଧୀ ଓ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ଶତାଧିକ କର୍ମୀଙ୍କ ସହ ଯୋଗ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ଶ୍ରୀ କରଡା ବିଜେପି ଦଳ ଦେଶ ଓ ଜାତି ପାଇଁ ବିପଜ୍ଜନକ ବୋଲି ବର୍ଣ୍ଣନା କରିଥିଲେ । କଂଗ୍ରେସରେ ଯୋଗ ଦେଇଥିବା ମୁନିଗୁଡା ବ୍ଲକର ସମିତି ସଭ୍ୟମାନେ ହେଲେ ରାଣୀପଡାର ଅରୁଣା ବାଗ୍, ଆଙ୍ଗୁଳର ଯମୁନା କୁଶଳିଆ, ଆମ୍ବଡୋଳାର ଅର୍ଣ୍ଣ ପାତ୍ର, କୁମୁୁଦବାଲିର ହେମନ୍ତ କୁଲେଶିକା, ତେଲେଙ୍ଗାପଦରର ଚନ୍ଦ୍ରମା ଗାଲେସିଙ୍ଗା ଏବଂ ଡିମିରିଗୁଡାର ଶୁକ ମାଝୀ । ସେହିପରି ସରପଞ୍ଚମାନେ ହେଲେ ଆଙ୍ଗୁଳର ଗୌରାଙ୍ଗ ପୀଡିକାକା, କୁମୁଦବାଲିର ରାମନ୍ଦ୍ର ପୀଡିକାକା, ଇଚ୍ଛାପୁରର ସରୋଜିନୀ ମାଝୀ, ଶରଧାପୁରର ଗୌର ପାଲମକା, ଆମ୍ବଡୋଳାର ଜାନକୀ ପ୍ରସ୍କାକା, ମୁନିଖୋଲର ବିନତୀ କାଡ୍ରାକା, ଡିମିରିଗୁଡାର ସନା ମାଝୀ ଏବଂ ଭୈରବଗଡର ଦିଗମ୍ବର ସିକାକା । ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗାପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ, କଂଗ୍ରେସ ନେତୃବୃନ୍ଦ ଡ. ଯୁଧିଷ୍ଠିର  ଜେନା, ଶୁଭେନ୍ଦୁ ମହାନ୍ତି, ସନ୍ଧ୍ୟା ମହାପାତ୍ର, କିଶୋର ଜେନା, ଡ. ଲଲାଟେନ୍ଦୁ ମହାପାତ୍ର ଏବଂ ସୌଗତ ମହାନ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.