ବାକ୍ ଓ ତଥ୍ୟ ଉପସ୍ଥାପନର ସ୍ୱାଧୀନତା ଗଣମାଧ୍ୟମ ସମ୍ପୂର୍ଣ୍ଣ ଉପଭୋଗ କରୁ On Jan 9, 2018 20 Share ସାମ୍ବାଦିକଙ୍କ ଦ୍ୱାରା ନଗଣ୍ୟ ଭୂଲ ରିପୋର୍ଟିଂ ମାନହାନୀ ନୁହେଁ ନୂଆଦିଲ୍ଲୀ : ଗଣମାଧ୍ୟମର ବାକ୍ ଓ ତଥ୍ୟ ଉପସ୍ଥାପନା କରିବାର ସ୍ୱାଧୀନତାକୁ ନିଶ୍ଚିତ କରିବାକୁ ଯାଇ ସୁପ୍ରିମ୍ କୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । କୌଣସି ସ୍କାମ୍ ବା ଅନିୟମିତତା ରିପୋର୍ଟିଂ ବେଳେ ଭାବପ୍ରବଣତାବଶତଃ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ଯଦି ସାମ୍ବାଦିକଙ୍କ ଦ୍ୱାରା କିଛି ନଗଣ୍ୟ ଭୂଲ ଉପସ୍ଥାପନା ହୋଇଥାଏ ତେବେ ତାହାକୁ ମାନହାନୀ ବୋଲି ବିବେଚନା କରାଯାଇନପାରେ ବୋଲି ଏକ ମାମଲାର ବି·ର କରି ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ବିହାରର ମନ୍ତ୍ରୀଙ୍କ ଝିଅ ବୋଲି ଦର୍ଶାଇ ଜଣେ ଯୁବତୀ ତାଙ୍କ ଆବେଦନରେ ଦର୍ଶାଇଥିଲେ, ପାଟନା ହାଇକୋର୍ଟଙ୍କ ଦେଇଥିବା ଏକ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ପାଟନା ହାଇକୋର୍ଟ ସେପ୍ଟେମ୍ବର ୧୨ ତାରିଖରେ ଦେଇଥିବା ରାୟରେ ମହିଳାଙ୍କ ଦ୍ୱାରା ଜଣେ ସାମ୍ବାଦିକଙ୍କ ବିରୋଧରେ ଆଗତ କରିଥିବା ମାନହାନୀ ମାମଲାରେ ସ୍ଥାନୀୟ ମାଜିଷ୍ଟେ୍ରଟ ଦେଇଥିବା ରାୟକୁ ଖାରଜ କରିଥିଲେ । ସମ୍ପୃକ୍ତ ଯୁବତୀ ମାଜିଷ୍ଟେ୍ରଟଙ୍କ ଆଗରେ କରିଥିବା ଆବେଦନରେ ଦର୍ଶାଇଥିଲେ ଯେ, ସମ୍ପୃକ୍ତ ବରିଷ୍ଠ ସାମ୍ବାଦିକ ଗଣମାଧ୍ୟମରେ ଭୁଲ ତଥା ଅସତ୍ୟ ଖବର ପ୍ରସାରଣ କରି ତାଙ୍କ ପରିବାରର ମାନହାନୀ କରିଛନ୍ତି । ରିପୋର୍ଟଟି ୨୦୧୦ ଏପ୍ରିଲରେ ପ୍ରସାରିତ ହୋଇଥିଲା । ଖବରଟି ବିହିୟା ଶିଳ୍ପା ଳରେ ବିହାର ଶିଳ୍ପା ଳ ବିକାଶ କ କର୍ତୃପକ୍ଷଙ୍କ ଦ୍ୱାରା ଏକ ଜମି ଆବ ନରେ ହୋଇଥିବା ପ୍ରିୟାପ୍ରୀତି ତୋଷଣ ସମ୍ପର୍କିତ ଥିଲା । ହିନ୍ଦୀ ଟିଭି ନ୍ୟୁଜ ·ନେଲରେ ଏହାକୁ ନେଇ ତାଙ୍କ ବିରୋଧରେ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ କିଛି ଆପ ିଜନକ ମନ୍ତବ୍ୟ ପ୍ରସାରିତ ହୋଇଥିଲା ବୋଲି ଉକ୍ତ ଯୁବତୀ ତାଙ୍କ ଆବେଦରେ ଉଲ୍ଲେଖ କରିଥିଲେ । ସେହି ଖବର ଉଦେ୍ଧଶ୍ୟମୂଳକ ଓ ସେଥିରେ ମନଗଢା ଭାବେ ମିଥ୍ୟା ତଥ୍ୟ ଦର୍ଶାଯାଇଛି । ତାହା ତାଙ୍କ ପରିବାର ବର୍ଗଙ୍କୁ ବଦନାମ କରିବା ପାଇଁ ଉଦ୍ଧିଷ୍ଟ ବୋଲି ଯୁବତୀଜଣକ ତାଙ୍କ ଆବେଦନରେ ଉଲ୍ଳେଖ କରିଥିଲେ । ଆଗତ ହୋଇଥିବା ମାମଲାରେ ମାନହାନୀ ଅଭିଯୋଗକୁ ମାଜିଷ୍ଟେ୍ରଟ ବଳବ ର ର ତାଙ୍କ ରାୟରେ ସାମ୍ବାଦିକଙ୍କୁ ଦୋଷୀ ବୋଲି ଉଲ୍ଲେଖ କରିଥିଲେ । ପରେ ମାଜିଷ୍ଟ୍ରେଟ ଉକ୍ତ ରାୟକୁ ପାଟନା ହାଇକୋର୍ଟ ଖାରଜ କରିଥିଲେ । ଏହାର ବିରୋଧରେ ସୁପ୍ରିମ୍ କୋର୍ଟ ମାମଲା ଆଗତ କରି ଯୁବତୀଙ୍କ କାଉନସେଲ ଯେତେବେଳେ ଯୁକ୍ତି ଦର୍ଶାଇଥିଲେ ସେତେବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ତାଙ୍କ ରାୟରେ କହିଥିଲେ ଯେ, ଗଣତନ୍ତ୍ରରେ ଆପଣଙ୍କୁ ସହନଶୀଳ ହେବାକୁ ପଡିବ । ଏହି ମାମଲା ୨୦୧୧ ମସିହାରୁ ·ଲିଲାଣି । ନିଜକୁ ଡିଫେଣ୍ଡ କରିବା ପାଇଁ ମାମଲାରେ ସମ୍ପୃକ୍ତ ବ୍ୟକ୍ତି ବହୁ ଅର୍ଥ ଓ ସମୟ ବ୍ୟୟ କଲେଣି । ମାନହାନୀ ସମ୍ବିଧାନ ଦୃଷ୍ଟିରୁ ବୈଧ ହୋଇପାରେ, ହେଲେ ସ୍କାମ ବା ଅନିୟମିତତା ସମ୍ପର୍କରେ ଖବର ପ୍ରସାରଣ ବେଳେ କୌଣସି ନଗଣ୍ୟ ତ୍ରୁଟିକୁ ମାନହାନୀ ବୋଲି ଗ୍ରହଣ କରାଯିବା ଉଚିତ ନୁହେଁ । ଯୁବତୀଙ୍କ ପିଟିସନକୁ ଅଗ୍ରାହ୍ୟ କରିଦେଇ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ, କୌଣସି ଦୁର୍ନୀତି ଓ ଅନିୟମିତତା ବିଷୟରେ ରିପୋର୍ଟିଂ କଲାବେଳେ କିଛି ତ୍ରୁଟିବିଚ୍ୟୁତି ରହିଥାଇପାରେ । ହେଲେ ଗଣମାଧ୍ୟମକୁ ଆମେ ବାକ୍ ସ୍ୱାଧୀନତା ବା ତଥ୍ୟ ଊପସ୍ଥାପନା କରିବାର ଅଧିକାର ପୂର୍ଣ୍ଣ ଭାବେ ଉପଭୋଗ ସୁଯୋଗ ଦେବା ଉଚିତ । ରିପୋର୍ଟିଂରେ ହୁଏତ କିଛି ତ୍ରୁଟି ବିଚ୍ୟୁତି ରହିଯାଇଥାଏ, ତାହାକୁ ମାନହାନୀ ବୋଲି ବିବେଚନା କରାଯିବ ନାହିଁ । 20 Share FacebookTwitterGoogle+ReddItWhatsAppPinterestEmail