ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ 80ତମ ସ୍ୱାଧୀନତା ଦିବସ ପାଳିତ

14


ଜଗତସିଂହପୁର ତା.15.08: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ 80ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ସାରିବା ପରେ ଛାତ୍ର ଛାତ୍ରୀ ଏବଂ ଅପା ଭାଇମାନଙ୍କୁ ନେଇ ପୁରୁଣାଗଡ଼ ବଜ଼ାର ପରିକ୍ରମା ପରେ ଶିକ୍ଷାବିତ ଶ୍ରୀଯୁକ୍ତ ବିଜୟ କୁମାର ପତିଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଏବଂ ସ୍ୱାଧୀନତା ଦିବସ ଉପରେ ଆଲୋକପାତ କରିଥିଲେ I ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ଲଷ୍ମୀଧର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନ, ଜାତୀୟ ପତାକାର ତିନି ରଙ୍ଗ ଏବଂ ଅଶୋକ ଚକ୍ରର ଗୁରୁତ୍ୱ ସମ୍ପର୍କରେ କହିବା ସହିତ ସତତ ଜାଗୃତି ହିଁ ସ୍ୱାଧୀନତାର ରକ୍ଷା କବଚ ବୋଲି ମତବ୍ୟକ୍ତ କରିଥିଲେ I ଏହି ସଭାରେ ଅନିରୁଦ୍ଧ ମିଶ୍ର, ସରସ୍ବତୀ ସାହୁ, କଳ୍ପନା ତ୍ରିପାଠୀ, ଚିଲିକା ରାୟ, ବେବିନା ପତି, ମୃତ୍ୟୁଞ୍ଜୟ ରାୟ ସମେତ ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ଯୋଗଦାନ କରିଥିଲେ I ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, କୁଇଜ଼, ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ I ଶେଷରେ ପ୍ରେମ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.