ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନସିକ ଅନଗ୍ରସ “ନିୟତି” ସ୍କୁଲ୍ ରେ ୭୯ ତମ ସ୍ବାଧିନତା ଦିବସ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ନିୟତି ସ୍କୁଲ୍ ଅଧ୍ୟକ୍ଷା ସ୍ୱେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ମଳୟ ମିଶ୍ର କୁମାର ସେଠୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପିଲା ମାନଙ୍କ ଆରୋଗ୍ୟ କାମନା କରିବା ସହ ସେମାନେ ଅସମର୍ଥ ନୁହନ୍ତି, ସେମାନେ ଜଣେ ଜଣେ ସମର୍ଥ ବୋଲି ବକ୍ତବ୍ୟ ରଖିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଜୁନିଅର୍ ଖଣି ଅଧିକାରୀ , ବିଶ୍ୱଜିତ୍ ମହନ୍ତ , ସମ୍ପାଦିକା ତନୁଜା ଶତପଥୀ , କୋଷାଧ୍ୟକ୍ଷ , ଲୋକନାଥ ମିଶ୍ର ପ୍ରମୁଖ ଯୋଗ ଦେଇ ସ୍ବାଧିନତା ସଂଗ୍ରାମୀ ଓ ଦେଶର ସହିଦ ଯବାନ ମାନଙ୍କୁ ମନେ ପକାଇ ସେମାନଙ୍କ ବିଷୟ ରେ ଅଭିଭାଷଣ ରଖିଥିଲେ।
ଶେଷରେ ଶିକ୍ଷୟତ୍ରୀ ଜୋସ୍ନା ଡାକୁଆ ଉପସ୍ଥିତ ସମସ୍ତ ଙ୍କ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସୁନିତ୍ ଗମାଙ୍ଗ , ଜୟା ଆମ୍ମା , ଶାଶ୍ଵତ ବେବର୍ତ୍ତା , ପୋଲି ସ୍ୱାଇଁ ପରିଚାଳନା ରେ ସହଯୋଗ କରିଥିଲେ।
ସେହିପରି ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୮୦ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ ରୀନା ସାହୁ ପତାକା ଉତ୍ତୋଳନ କରି ଛାତ୍ରୀ ମାନଙ୍କୁ ଦେଶପ୍ରେମୀ ମାନଙ୍କ ତ୍ୟାଗପୂତ ଜୀବନ , ସେମାନଙ୍କ ବଳିଦାନ ଓ ସ୍ବାଧିନତା ଦିବସରେ ନାରୀମାନଙ୍କ ଅବଦାନ କିଛି କମ୍ ନଥିଲା ବୋଲି ନିଜ ବକ୍ତବ୍ୟରେ କହିଥିଲେ।
ଏହି ପରିବେଶରେ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ରହି ସ୍ବାଧିନତା ସଂଗ୍ରାମୀ ମାନଙ୍କର ଜୟଗାନ କରିଥିଲେ।
ଏହି ପରିବେଶରେ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ରହି ସ୍ବାଧିନତା ସଂଗ୍ରାମୀ ମାନଙ୍କର ଜୟଗାନ କରିଥିଲେ।
ସେହିପରି ଗତ କାଲି ରାଜ୍ୟ ସରକାର ତଥା ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ସ୍ଵାଧୀନତ ଦିବସ ପାଳନ ଉପଲକ୍ଷେ, ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ପତାକା ସମ୍ମାନାର୍ଥେ ଏକ ମେଗା ରାଲିର ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷା ଡ଼ ରୀନା ସାହୁ ଉଦଘାଟନ ଉତ୍ସବରେ ଛାତ୍ରୀମାନଙ୍କୁ ଜାତୀୟ ପତାକାର ମହତ୍ତ୍ବ ସଂପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଏନ.ଏସ୍.ଏସ୍. ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସୁଶ୍ରୀ ମଧୁସ୍ଥତା ପ୍ରଧାନ ଓ ରେଡକ୍ରସ୍ ସଂଯୋଜିକା ସୁଶ୍ରୀ ଶର୍ମିଷ୍ଠା ଭୁକ୍ତା ଓ ସୁଶ୍ରୀ ଯଶସ୍ଵିନୀ ମହାନ୍ତିଙ୍କ ପରିଚାଳନା ସହଯୋଗେ ଆରମ୍ଭ କରାଯାଇଥିଲା । ତିନିଶହରୁ ଉର୍ଦ୍ଧ୍ଵ ଛାତ୍ରୀ ଜାତୀୟ ପତାକା ଧରି ମହାବିଦ୍ୟାଳୟ ଠାରୁ ପଦଶୋଭାଯାତ୍ରା ଆରମ୍ଭ କରି ନଗର ପରିକ୍ରମା କରିଥିଲେ ଏବଂ ଶେଷରେ ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଛାତ୍ରୀ ମାନେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀଙ୍କ ଗହଣରେ ”ଭାରତମାତାକି ଜୟ”, ବନ୍ଦେମାତରଂ” ଏବଂ ”ହର୍ ଘର୍ ତ୍ରିରଙ୍ଗା” ଧ୍ଵନି ଦେଇ ନଗର ପରିକ୍ରମା କରିଥିଲେ । ଏହି ରାଲି ନିରାପତ୍ତା କର୍ମୀଙ୍କର ସୁରକ୍ଷା ବଳୟ ମଧ୍ୟରେ ସମ୍ପନ୍ନ ହୋଇଥିଲା। କଲେଜର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାର ଓ ଛାତ୍ରୀମାନଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

ସେହିପରି ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଣିପେଣ୍ଠ ସ୍ଥିତ ସୁର୍ୟା ଟେକ୍ନୋ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ମହା ସମାରହୋରେ ପାଳିତ ହୋଇ ଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ବିଭୂତି ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାନ୍ତି , ମୈତ୍ରୀ , ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଦେଶପ୍ରେମୀ ମାନଙ୍କ ତ୍ୟାଗପୂତ ଜୀବନ , ସେମାନଙ୍କ ବଳିଦାନ ବିଷୟରେ ନିଜ ବକ୍ତବ୍ୟରେ କହିଥିଲେ।
ପ୍ୟାରେଡରେ ମୋଟ ୪ ଗୋଟି ଦଳ ଭାଗ ନେଇ ଥିବାବେଳେ
ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାଳୟର ଛାତ୍ରୀ ଗୁଡୁଲା ବିଦ୍ୟାଙ୍କୁ ୫ ହଜାର ଟଙ୍କା ର ଚେକ୍ , ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଅର୍ଚ୍ଚନା ଗମାଙ୍ଗ , ସେନାପତି ତିରୁପତି ରାଓ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।