ତ୍ରିରଙ୍ଗା ,ଏକତାର ପ୍ରତୀକ : ଅତିରିକ୍ତ ଜିଲ୍ଲାପାଳ

13

ନବରଙ୍ଗପୁର,15/08/2026 : ନବରଙ୍ଗପୁର ସହରରେ ଅବସ୍ତିତ ଆଶାକିରଣ ବିଦ୍ୟାଳୟରେ ଅଶିତମ ସ୍ୱାଧୀନତା ଦିବସ ହର୍ଷ ଉଲ୍ଲlସରେ ପାଳିତ ହୋଇଯାଇଛି ,ସହର ମଧ୍ୟ ଭାଗରେ ଅବସ୍ଥିତ ଦିବ୍ୟାଂଙ୍କ ନିମନ୍ତେ ଉଦ୍ଧିଷ୍ଟ ସ୍ଵତନ୍ତ୍ର ଶିକ୍ଷା ଏବଂ ତାଲିମ କେନ୍ଦ୍ର ଆଶା କିରଣରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଇ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଜାତୀୟ ପତାକା ଉତୋଳନ କରିଥିଲେ । ବିଦ୍ୟାଳୟର ପିଲାମାନେ ଫୁଲତୋଡ଼ା ,ଉପଢୌକନ ଦେଇ ଅତିଥିମାନଙ୍କୁ ସମ୍ମାନରେ ପାଛୋଟି ଆଣିଥିଲେ । ଜାତୀୟ ସଙ୍ଗୀତ ଏବଂ ଭାରତ ମାତା, ଲୌହ ପୁରୁଷ, ନେତାଜୀ,ଲାଲ – ବାଲ – ତିଲ ଓ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୟ ଧ୍ୱନୀ ରେ ପ୍ରକମ୍ପିତ ହୋଇଥିଲା ଅନୁଷ୍ଠାନ ପରିସର । ପିଲାଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ତ୍ରିରଙ୍ଗା ଆମ ଏକତାର ପ୍ରତୀକ ଏବଂ ଆମ ଜାତୀୟତାର ବଳ। ଏହା ଆମ ପ୍ରାଣ ଓ ଆମ ଜୀବନ ,ପତାକା ନିକଟରେ ନତମସ୍ତକ ହେବା ଆମର ସୌଭାଗ୍ୟ। ତୁମେମାନେ ହିଁ ଦେଶର ଭବିଷ୍ୟତ, ତୁମ ପରି ଛୋଟ ପିଲା ବାଜି ରାଉତ ଦେଶ ପାଇଁ ପ୍ରାଣ ଦେଇ ଆମର ହୋଇଯାଇଛନ୍ତି। ଶେଷରେ ଓଡ଼ିଶା ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ପ୍ରଦାନ କରାଯାଇଥିବା ଅର୍ଥ ରେ ପିଲାଙ୍କୁ ବିଦ୍ୟାଳୟ ୟୁନିଫର୍ମ,ବୁଟ୍, ଟାୟ,ମୋଜା ପ୍ରଦାନ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଦମୟନ୍ତୀ ନାୟକ ଅନ୍ୟତମ ଆକର୍ଷଣ ଭାବରେ ଯୋଗଦାନ ପୂର୍ବକ ପିଲାଙ୍କ ସହ ସ୍ୱାଧୀନତା ଦିବସ ପାଳନ କରିଥିଲେ,ପିଲାଙ୍କୁ ଉଦବୋଧନ ଦେଇ ନିଜକୁ ସୁନ୍ଦର୍ ଭାବରେ ଗଢ଼ି ଦେଶର ପ୍ରଗତି ରଥରେ ସାରଥୀ ସାଜି ଆଗକୁ ବଢ଼ିବାକୁ ହେବ ବୋଲି କହିଥିଲେ। ଗୋଷ୍ଠୀ ସାମଜିକ ସୁରକ୍ଷା ଅଧିକାରୀ ଧନୁର୍ଜୟ ରାଓ ସମ୍ୟକରେ ସମାଜ ଗଠନରେ ଭିନ୍ନକ୍ଷମ ଙ୍କ ଭୂମିକା କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ତଥା ସନ୍ଧ୍ୟାରାଣୀ ବେହେରା , ଇନ୍ଦ୍ରମଣି ମଙ୍ଗରାଜ,ଶାନ୍ତି ପଣ୍ଡା,ରୀଙ୍କୁରାଜ୍ ବେହେରା,ପାର୍ବତୀ ଜାନୀ,ରଶ୍ମିତା ପ୍ରଧାନ,ଈଶ୍ୱର ବଞ୍ଜରା, ରଶ୍ମିତ ଧାନଫୁଲ ଯୋଗ ଦେଇଥିଲେ ଏବଂ ନେପାଳ କେଉଟ, ପପୁନ ବିଶୋଇ, ମନୋଜ ଶାନ୍ତା ,ଫୁଲମନ୍ ଭତ୍ରା, କହ୍ନେଇ ଭତ୍ରା , କୈଳାସ ମାଳି,ଅନନ୍ତ ଭତ୍ରା,ଚିତୁ ,ରାହୁଲ,ରମେଶ, ପରମେଶ୍ୱର, ଉପସ୍ଥିତ ଥିଲେ ।

Leave A Reply

Your email address will not be published.