ସର୍ବ କନିଷ୍ଠରେ ପଦ୍ମଜା, କନିଷ୍ଠରେ ଆଦ୍ୟାଶା, ବରିଷ୍ଠରେ ବର୍ଷା ପ୍ରଥମ
ଓଡ଼ଗାଁ, ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ପନ୍ତିଖାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାୟତ୍ରୀ ବିଦ୍ୟାମନ୍ଦିର, ମଶାବାରୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଶୁକ୍ରବାର ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ‘ଆମେ କାହିଁକି ସ୍ୱାଧୀନତା ଦିବସ ପାଳନ କରୁ’ ଶୀର୍ଷକରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ତିନୋଟି ବର୍ଗରେ ମୋଟ ୫୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସର୍ବ କନିଷ୍ଠ ବର୍ଗରେ ପଦ୍ମଜା ପାଣିଗ୍ରାହୀ ପ୍ରଥମ, ସାନଭୀ ପାଣିଗ୍ରାହୀ ଦ୍ୱିତୀୟ ଏବଂ ପ୍ରୀତମ ନାୟକ ଓ ରୁଦ୍ର ନାରାୟଣ ଦାସ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ। କନିଷ୍ଠ ବର୍ଗରେ ଆଦ୍ୟାଶା ପାଣିଗ୍ରାହୀ ପ୍ରଥମ, ଶୁଚିସ୍ମିତା ପଟ୍ଟନାୟକ ଦ୍ୱିତୀୟ ଏବଂ ସିମ୍ରନ୍ ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ବରିଷ୍ଠ ବର୍ଗରେ ବର୍ଷା ପ୍ରିୟଦର୍ଶିନୀ ପ୍ରଥମ, ସାଇସ୍ମିତା ବିଶୋଇ ଦ୍ୱିତୀୟ ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।