୧୨୦ ବର୍ଷର ଶ୍ରୀକୃଷ୍ଣ ଗୋଶାଳାରେ ଦୀପାଳୀ ଦାସ

8


ଝାରସୁଗୁଡ଼ା, ୧୪/୮: ଝାରସୁଗୁଡ଼ା ପୌରପରିଷଦର ୩ ନମ୍ବର ୱାର୍ଡରେ ଅବସ୍ଥିତ ୧୨୦ ବର୍ଷ ପୁରାତନ ଐତିହାସିକ ଶ୍ରୀକୃଷ୍ଣ ଗୋଶାଳା ପରିଦର୍ଶନ କରିଛନ୍ତି ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ। ଶୁକ୍ରବାର ସେ ଗୋଶାଳାରେ ପହଞ୍ଚି ଗୋ-ମାତାଙ୍କ ଯତ୍ନ, ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା ଓ ସାମଗ୍ରିକ ପରିଚାଳନା ସମ୍ପର୍କରେ ତଦାରଖ କରିଥିଲେ।

ଏହି ଅବସରରେ ଦୀପାଳୀ ଦାସ କହିଥିଲେ ଯେ, କରୁଣା ଓ ସେବାଭାବର ମହତ୍‌ ଉଦ୍ଦେଶ୍ୟରେ ଗୋ-ମାତାଙ୍କ ସୁରକ୍ଷା, ସୁସ୍ଥତା ଓ ଉତ୍ତମ ପରିଚର୍ଯ୍ୟା ନିଶ୍ଚିତ କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। ଗୋଶାଳାରେ ଗୋ-ମାତାଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ।

ପରିଦର୍ଶନ ସମୟରେ ଝାରସୁଗୁଡ଼ା ପୌରପରିଷଦ ଅଧ୍ୟକ୍ଷା ରାଣୀ ହାତୀ, ଜିଲ୍ଲା ଓକିଲ ସଂଘ ସଭାପତି ରଘୁମଣି ପଟେଲ, ତାପସ ରାୟ ଚୌଧୁରୀ, ପିଣ୍ଟୁ ପାଢ଼ୀ, ରବି ସିଂ, ଅଶୋକ ଦାସ, ପବନ ସିଂ ଯାଦବ, ତୁଳସୀ ଦାସ, ଶଶି ତିୱାରୀ, ପବନ ଶର୍ମା, ଆଦର୍ଶ କେଡ଼ିଆ ଓ ଆଲୋକ ପୋଦ୍ଦାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.