ମିନି ଟ୍ରକ୍ ଧକାରେ ବାଇକ ଚାଲାକ ମୃତ

7

ବେଲଗୁଣ୍ଠା, ୧୪/୦୮: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଛକ ବମ୍ବେଷ୍ଟିଲ ନିକଟରେ ଶୁକ୍ରବାର ସକାଳେ ୯-୪୦ ମିନଟ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବୁଗୁଡ଼ା ବ୍ଲକ ଏ. କରଡ଼ାବାଡ଼ି ଗ୍ରାମର ସୁନୀଲ କୁମାର ଡାଙ୍ଗୁଆ।
ସୂଚନା ଅନୁସାରେ, ବ୍ରହ୍ମପୁରରୁ ଚାଉଳ ବୋଝେଇ କରି ଆସିଥିବା ଏକ ମିନି ଟ୍ରକ୍ ଯାହାର ନମ୍ବର ଓଡି -୩୨ସି, ୫୭୭୫ ବେଲଗୁଣ୍ଠାରେ ଚାଉଳ ଖାଲି କରି କୁଲାଡ଼ ଅଭିମୁଖେ ଯାଉଥିଲା। ଅନ୍ୟପଟେ ସୁନୀଲ କୁମାର ଡାଙ୍ଗୁଆ ତନରଡ଼ା ପଟୁ ନିଜ ଗ୍ରାମ ଏ କାରାଡ଼ା ବାଡି ଅଭିମୁଖେ OD-32-D-2331 ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ମୋଟରସାଇକେଲରେ ଯାଉଥିଲେ। ବମ୍ବେଷ୍ଟିଲ ନିକଟରେ ଦୁଇ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଘଟଣାରେ ସୁନୀଲ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଏକ ଆମ୍ବୁଲାନ୍ସ ରେ ସୁନିଲ କୁ ଭଞ୍ଜନଗର ମେଡିକାଲ କୁ ପଠେଇଥିଲେ l ଡାକ୍ତର ସେଠାରେ ସୁନିଲ କୁ ମୃତ ଘୋଷଣା କରିଥିଲେ l ଖବର ପାଇ ସ୍ଥାନୀୟ ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ବେଲଗୁଣ୍ଠା ଥାନା ଏସ୍‌.ଆଇ. ସନ୍ତୋଷ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ବେଲଗୁଣ୍ଠା ପୁଲିସ୍‌ ଦୁର୍ଘଟଣା ଘଟଇଥିବା ଗାଡିକୁ ଜବତ କରିବା ସହ ଗାଡିର ଡ୍ରାଇଭର ଗୋଲାପଡା ଗ୍ରାମର ଜଗନ୍ନାଥ ଗୁରୁ କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.