ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତି କରଣ କୋଷ ତରଫରୁ ଆତ୍ମ ସୁରକ୍ଷା କୌଶଳ ଶିକ୍ଷା କାର୍ଯ୍ୟକ୍ରମ ମହାବିଦ୍ୟାଳୟକ ଅଧ୍ଯକ୍ଷା ଡ଼ି ରୀନା ସାହୁଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଯାଇଛି।
କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅଧ୍ୟକ୍ଷାଙ୍କ ସମେତ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ଵରେ ଥିବା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ , ସୁଶ୍ରୀ ଶର୍ମିଷ୍ଠା ଭୁକ୍ତା ଏବଂ ପ୍ରଶିକ୍ଷିକା ଏସ୍.ମାଧୁରୀ ଦୀକ୍ଷିତ୍ ଉପସ୍ଥିତ ଥିଲେ ଏବଂ ଆତ୍ମ ସୁରକ୍ଷା କୌଶଳର ଆବଶ୍ୟକତା , ଏହାର ଗୁରୁତ୍ଵ ଓ ନିଷ୍ଠାପର ପ୍ରଶିକ୍ଷଣର ଉପକାରିତା ବିଷୟରେ ଉଦବୋଧନ ଦେଇ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମ ଯୁକ୍ତ ତିନି ପ୍ରଥମ ବର୍ଷ କଳା ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ସର୍ବମୋଟ ୨୨୦ ଛାତ୍ରୀଙ୍କୁ ଦୁଇଟି ଦଳରେ ଭାଗ କରି ୧୪.୦୮.୨୦୨୬ ଠାରୁ ୨୯.୦୮.୨୦୨୬ ରିଖ ପର୍ଯ୍ୟନ୍ତ ୧୨ ଟି କାର୍ଯ୍ୟକାରୀ ଦିବସରେ ସମାପନ କରାଯିବ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ମାନେ ସ୍ୱେଚ୍ଛାକୃତ ଭାବେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.