ନବରଙ୍ଗପୁର 14/08/2026: ଆଇନସେବା କ୍ଷେତ୍ରରେ ତ୍ୱରିତ ସେବା ସହ ଉଚିତ ନ୍ୟାୟ ଯୋଗାଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ର ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ମନୋଜ କୁମାର ଏକ୍କାଙ୍କୁ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସମ୍ବର୍ଦ୍ଧିତ କରିବା ସହ ପ୍ରଶଂସାପତ୍ର ଦେଇ ସମ୍ମାନିତ କରିଛନ୍ତି l ଭୁବନେଶ୍ୱର ର ପୋଲିସ ଭଵନ ରେ ଆୟୋଜିତ ଏକ ମହାସମାରୋହ ରେ ନବରଙ୍ଗପୁର ଜିଲ୍ଲା ତରଫରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି l ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲା ରେ ସଫଳ ଦଣ୍ଡ ବିଧାନ କ୍ଷେତ୍ର ରେ ସଠିକ ମାମଲା ର ପରିଚାଳନା ଓ ଦୃଢ ଆଇନଗତ ପ୍ରକ୍ରିୟା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଏହି ଖବର ପ୍ରକାଶିତ ହେବାପରେ ଜନସାଧାରଣ ରେ ନ୍ୟାୟିକ ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକଟ କରିବା ସହ ନବରଙ୍ଗପୁର ଜିଲ୍ଲାବାସୀ ଙ୍କ ତରଫରୁ ସରକାରୀ ଅଧିବକ୍ତା ମନୋଜ କୁମାର ଏକ୍କାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି l