ସମ୍ ନର୍ସିଂ କଲେଜ କ୍ୟାମ୍ପସ ୨ରେ ନିଶାମୁକ୍ତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

35


ଭୁବନେଶ୍ୱର, ଅଗଷ୍ଟ ୧୩: ଯୁବପିଢ଼ି ମଧ୍ୟରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏକ ନିଶାମୁକ୍ତ ସୁସ୍ଥ ସମାଜ ଗଠନର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ କ୍ୟାମ୍ପସ, ଫୁଲନଖରା ପରିସରରେ ନିଶାମୁକ୍ତ ଅଭିଯାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ ପକ୍ଷରୁ ଡକ୍ଟର କୃତି ଏସ୍ଏନ୍ସି କ୍ୟାମ୍ପସ-୨ ଆସି ଛାତ୍ରଛାତ୍ରୀମାନଙ୍କୁ ନିଶାସେବନର କୁପ୍ରଭାବ ଉପରେ ଏକ ପ୍ରେରଣାଦାୟକ ଏବଂ ସଚେତନତା ମୂଳକ ଭାଷଣ ପ୍ରଦାନ କରିଥିଲେ । ନିଶାସେବନ ଦ୍ୱାରା ହେଉଥିବା ଶାରୀରିକ, ମାନସିକ, ସାମାଜିକ ଓ ଭାବନାତ୍ମକ କ୍ଷତି ସମ୍ପର୍କରେ ସେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହ ସୁସ୍ଥ ଜୀବନ ଶୈଳୀ, ସକାରାତ୍ମକ ଚିନ୍ତାଧାରା ଓ ଆତ୍ମସଂଯମ ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଡକ୍ଟର କୃତି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ନିଶା ବିରୋଧୀ ସଚେତନତା ପ୍ରସାରରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମ ଏକ ନିଶାମୁକ୍ତ ପରିବେଶ ଗଠନ ନିମନ୍ତେ ସମସ୍ତଙ୍କ ସାମୂହିକ ଦାୟିତ୍ୱ ଓ ପ୍ରତିବଦ୍ଧତାର ବାର୍ତା ପ୍ରଦାନ କରିଥିଲା । ଏହି କାର୍ଯ୍ୟକ୍ରମରେ ଏସ୍ଏନ୍ସି କ୍ୟାମ୍ପସ୨ର ଡିନ୍ ପ୍ରଫେସର ଅନୁରାଧା ପଣ୍ଡା, ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉତ୍ସାହର ସହ ଯୋଗ ଦେଇଥିଲେ ।
ଯୁବପିଢ଼ିଙ୍କୁ ସଚେତନ, ଦାୟିତ୍ୱବାନ ଓ ନିଶାମୁକ୍ତ ଜୀବନ ନିମନ୍ତେ ପ୍ରେରିତ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ସାର୍ଥକ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା ।

Leave A Reply

Your email address will not be published.