ଶାନ୍ତି, ମୈତ୍ରୀ,ପ୍ରେମ,ସାହାସ ଏବଂ ସମୃଦ୍ଧିର ପ୍ରତୀକ ତ୍ରିରଙ୍ଗା
ଓଡ଼ଗାଁ ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମପଞ୍ଚାୟତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ବାରା ତ୍ରିରଙ୍ଗା ଶୋଭାଯାତ୍ରା ଏବଂ ବନ୍ଦେ ମାତରଂ ରାଷ୍ଟ୍ରୀୟ ସଙ୍ଗୀତ ସାମୁହିକ ଗାନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାମନ୍ଦିରର ସମସ୍ତ ଛାତ୍ର/ଛାତ୍ରୀଗଣ,ଶିକ୍ଷକ/ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ। ବିଦ୍ୟାମନ୍ଦିର ଅଧ୍ୟକ୍ଷ ବିରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ର/ଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ବନ୍ଦେ ମାତରଂ,ଭାରତ ମାତାକି ଜୟ ଇତ୍ୟାଦି ସ୍ଲୋଗାନ ଦେଇ ମଶାବାରୀ, ରଙ୍ଗଣୀପାଟଣା ଏବଂ ପନ୍ତିଖାରୀ ଶାସନ ଗ୍ରାମ ପରିକ୍ରମା କରିବା ବେଳେ ପ୍ରତି ଗାଁରେ ସମବେତ ଗ୍ରାମବାସୀଙ୍କ ସହିତ ସାମୁହିକ ଭାବରେ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରଂ ଗାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜାତୀୟ ପତାକା ତ୍ରିରଙ୍ଗା ଆମର ଗର୍ବ ଏବଂ ଗୌରବ। ଶାନ୍ତି,ମୈତ୍ରୀ,ପ୍ରେମ,ସାହାସ ଏବଂ ସମୃଦ୍ଧିର ପ୍ରତୀକ।ଆମେ ସବୁ ଭାରତୀୟ,ଭାରତ ଆମର ପରିଚୟ।ଦେଶର ସ୍ବାଧୀନତା ସଂଗ୍ରାମରେ କଠିନ ସଂଘର୍ଷ କରି ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ବୀରତ୍ଵ,ସାହାସ, ଏବଂ ଦେଶପ୍ରେମ ସବୁବେଳେ ଆମପାଇଁ ପ୍ରେରଣାର ଉତ୍ସ ହେଉ ବୋଲି ବିଦ୍ୟାମନ୍ଦିରର ପ୍ରାଣ ପ୍ରତିଷ୍ଠାତା ଶିକ୍ଷାବିତ ଅଶୋକ କୁମାର ମହାପାତ୍ର ତାଙ୍କ ବାର୍ତ୍ତାରେ କହିଥିଲେ।ଶିକ୍ଷୟିତ୍ରୀ ଅମିତା ଦାଶଙ୍କ ସହିତ ଅନ୍ୟ ସହକର୍ମୀ ସସ୍ମିତା ପାଣିଗ୍ରାହୀ, ପ୍ରଭାତୀ ତ୍ରିପାଠୀ,ଦିବ୍ୟ ଲୋଚନ ପଣ୍ଡା, ନାରାୟଣ ପ୍ରଧାନ ଏବଂ ମାନସ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।