ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହେବେ ଓଡ଼ଗାଁ ବ୍ଲକର ୬ ପ୍ରତିଯୋଗୀ

10


ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରି ଓଡ଼ଗାଁ ବ୍ଲକର ୬ ଜଣ ଛାତ୍ରଛାତ୍ରୀ ଗୌରବ ଅର୍ଜନ କରିଛନ୍ତି। ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ସେମାନଙ୍କୁ ଜିଲ୍ଲାପାଳ ମଧୁମିତା ରଥ ସମ୍ମାନିତ ଓ ପୁରସ୍କୃତ କରିବେ।
ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ିଆ ଓ ଇଂରାଜୀ ବକ୍ତୃତା, ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଏଥିରେ ଓଡ଼ଗାଁ ବ୍ଲକର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି।
ଦେଶାତ୍ମବୋଧକ ସଙ୍ଗୀତରେ ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ତଥା ବୈଦେହୀ ସଙ୍ଗୀତାୟନର ପ୍ରିୟାଂଶୀ ପ୍ରିୟଦର୍ଶିନୀ ସାହୁ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟର ୩ୟ ଶ୍ରେଣୀ ଛାତ୍ର ଅଂଶୁମାନ ସାହୁ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଚିତ୍ରାଙ୍କନରେ ସରକାରୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରୀ ତନୟା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ଶରଣକୁଳସ୍ଥିତ କେ.ଏସ୍‌.ବି. ପବ୍ଲିକ୍ ସ୍କୁଲର ୯ମ ଶ୍ରେଣୀ ଛାତ୍ରୀ ଇପ୍ସିତା ମହାନ୍ତି ଇଂରାଜୀ ପ୍ରବନ୍ଧରେ ଦ୍ୱିତୀୟ, ୧୦ମ ଶ୍ରେଣୀ ଛାତ୍ରୀ ନିବେଦିତା ମୁଖାର୍ଜୀ ଓଡ଼ିଆ ବକ୍ତୃତାରେ ତୃତୀୟ ଏବଂ ୭ମ ଶ୍ରେଣୀ ଛାତ୍ରୀ ଜଶସ୍ୱିନୀ ଦାଶ ଓଡ଼ିଆ ବକ୍ତୃତାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସଫଳତା ହାସଲ କରିଥିବା ଏହି ୬ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପୁରସ୍କୃତ କରାଯିବ।

Leave A Reply

Your email address will not be published.