ବନ୍ୟା ଦୁର୍ଗତଙ୍କୁ କଂଗ୍ରେସ ନେତାଙ୍କ ସହାୟତା

11

ରାତି ରେ ପ୍ରବଳ ବର୍ଷା ହେବା ଫଳ ରେ ମାଡିଆସିଲା ହୁଳୁହୁଳିଆ ଏମିତି କି କେବେ ପାଣି ଯାଉନଥିବା ଗାଁ ରେ ପ୍ରବଳ ବନ୍ୟା ବିଶେଷ କରି ରାଇସୁଆଁ, ହଳଦୀପଦା, କସିପଦା , ଆଙ୍କ ଏବଂ ରୁପ୍ସା ପଂଚାୟତ ରେ ଘରେ ଘରେ ପାଣି, କେବେ ବନ୍ୟା ଦେଖି ନଥିବା ଲୋକେ ହଠାତ ବନ୍ୟା ରେ କିଛି ଆସବା ପତ୍ର କାଢି ପାରି ନାହାନ୍ତି ଲୋକେ। ସକାଳେ ଖବର ପାଇ କଂଗ୍ରେସ ଯୁବ ନେତା ଉକ୍ତ ପଂଚାୟତ ମାନଙ୍କ ରେ ପହଂଚି ଲୋକଙ୍କ ଅସୁବିଧା ସୁବିଧା ବୁଝିବା ସହ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ଦ୍ୱିପ୍ରହର ପାଇଁ ମଧ୍ୟ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରିଛନ୍ତି। ଏଭଳି ଅଚାନକ ବନ୍ୟା ରେ ବିଶେଷ କରି କସିପଦା ଏବଂ ହଳଦୀପଦା ପଂଚାୟତରେ ବହୁତ ଘର ଭାଙ୍ଗି ଯିବା ସହ ବହୁ ଘରେ ପାଣି ପଶିଯାଇଛି କୋଉଁଠି ସୋଫା ବୁଡି ଯାଇଛି ତ କେଉଁଠି ମୋଟରସାଇକେଲ,କାହାର କାନ୍ଥ ପଡିଯାଇଛି ତ କାହାଘରେ ଚୁଲି ରେ ପାଣି ପଶିଛି।ଏହି ସମସ୍ତ ଲୋକଙ୍କ ଘର କୁ ଘର ଭେଟି ଛନ୍ତି ସରୋଜ ଲେଙ୍କା । ସନ୍ଦ୍ୟା ସୁଦ୍ଧା ଆବଶ୍ୟକ ଥିବା ଲୋକଙ୍କୁ ପଲଥିନ ଯୋଗାଇଦେବା କଥା କହିଛନ୍ତି।ଏ ସମସ୍ତ କାର୍ଯ୍ୟ ସମୟରେ କସିପଦା ପଂଚାୟତ ର ତଥା ଜିଲ୍ଲା କଂଗ୍ରେସ ର ସମ୍ପାଦକ , ମନୋରଞ୍ଜନ ନାୟକ, ଶ୍ରୀକାନ୍ତ ବୁଗୁଡ଼ାଇ,ହଳଦୀପଦା ପଂଚାୟତ ର ସଭାପତି ମଧୁସୁଦନ ମଲ୍ଲିକ ଜଳଧର ମୁଣ୍ଡା ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.