ନୀଳଗିରି: ନୀଳଗିରି ନିର୍ବାଚନ ମଣ୍ଡଳରେ ଭାରତୀୟ ଜନତା ପାର୍ଟି ତରଫରୁ ନୀଳଗିରି ରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିରଙ୍ଗା ଶୋଭାଯାତ୍ରା ନୀଳଗିରି ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ନୀଳଗିରି ଡାକବଙ୍ଗଳା ଠାରେ ଶେଷ ହୋଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରା ରେ ନୀଳଗିରୀ ବିଧାୟକ ସନ୍ତୋଷ କୁମାର ଖଟୁଆ , ସାଂସଦ ଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ର ବିନ୍ଦୁ ଦାସ , ଭାରତୀୟ ଜନତା ପାର୍ଟି ର ସମସ୍ତ କର୍ମୀ ଓ ନୀଳଗିରି ପ୍ରତ୍ୟେକ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମାନେ ୧୦୦ ମିଟର ତ୍ରୀରଙ୍ଗା ପତାକା ଧରି ଭାରତ ମାତା କି ଜୟ ସ୍ଲୋଗାନ ଦେଉଥିଲେ।ଯାହାକି ପ୍ରତେକ ଭାରତୀୟ ମାନଙ୍କ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ ଥିଲା।