ବେଲଗୁଣ୍ଠା,୧୩/୦୮, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବାଙ୍କ ବଜାର ସ୍ଥିତ ପଟେଲ ରୋଡ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷାର ଉନ୍ନତି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଏକ ଶିକ୍ଷକ–ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଗ୍ରଗତି, ନିୟମିତ ଉପସ୍ଥାନ ଓ ଶିକ୍ଷାର ମାନବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ଶିକ୍ଷକ ଦେବୀ ପ୍ରସାଦ ନାୟକ, ଶିକ୍ଷୟିତ୍ରୀ ଅଳକା ପ୍ରଧାନ ଓ ଶିବ ରଞ୍ଜନୀ ସାହୁ ଉପସ୍ଥିତ ରହି ଶିକ୍ଷାର ଗୁଣବତ୍ତା ବୃଦ୍ଧି ନେଇ ନିଜ ମତାମତ ରଖିଥିଲେ।
ବୈଠକରେ ବିଦ୍ୟାଳୟ ଉପଦେଷ୍ଟା ଭି. ଦେବୀ ପ୍ରସାଦ ପାତ୍ର ଯୋଗଦେଇ ବିଦ୍ୟାଳୟର ସାମଗ୍ରିକ ବିକାଶରେ ଶିକ୍ଷକ ଓ ଅଭିଭାବକଙ୍କ ସମନ୍ୱିତ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଗୋଷ୍ଠୀ ସହଯୋଗୀ ପ୍ରକାଶ ଚନ୍ଦ୍ର ଡାକୁଆ, କାଶୀନାଥ ସାହୁ ଓ ମଧୁସୂଦନ ଦାସ ମଧ୍ୟ ଉପସ୍ଥିତ ରହି ବିଦ୍ୟାଳୟର ଶିକ୍ଷା ପରିବେଶକୁ ଆହୁରି ଉନ୍ନତ କରିବା ଦିଗରେ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।
ବୈଠକରେ ଅଭିଭାବକମାନେ ମଧ୍ୟ ନିଜ ନିଜ ମତାମତ ଓ ପରାମର୍ଶ ରଖିଥିଲେ। ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ବିକାଶ ପାଇଁ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ଓ ସହଯୋଗ ଜାରି ରଖିବା ଉପରେ ସମସ୍ତେ ମତ ପ୍ରକାଶ କରିଥିଲେ। ବୈଠକଟି ଶିକ୍ଷାର୍ଥୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.