ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍’ ପ୍ରୟାସ ପରେ ଏହି ବ୍ରାଣ୍ଡ୍ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ରଥ ଯାତ୍ରା ସେବାକୁ ସମ୍ପ୍ରସାରିତ କଲା
ପୁରୀ : ଚଳିତ ବର୍ଷ ରଥ ଯାତ୍ରାରେ ଯାହା ଏକ ପାର୍ବଣକାଳୀନ ସଚେତନତା ପ୍ରୟାସ ଭାବରେ ଆରମ୍ଭ ହୋଇଥିଲା ତାହା ସମ୍ପ୍ରତି ପିଲାମାନଙ୍କର ପୋଷଣ ପ୍ରତି ସ୍ଥାୟୀ ପ୍ରତିବଦ୍ଧତାରେ ପରିଣତ ହୋଇଛି । ଏହାର ‘ଆୟୋଡିନ କା ତିଲକ୍’ ଅଭିଯାନର ସଫଳତା ଆଧାରରେ ଆଇଟିସିର ଆଶୀର୍ବାଦ ସଲ୍ଟ ୬ ଲକ୍ଷରୁ ଅଧିକ ପିଲାଙ୍କ ଭୋଜନ ନିମନ୍ତେ ଆୟୋଡିନଯୁକ୍ତ ଲୁଣ ଯୋଗାଇଦେବାକୁ ଆଶା କିରଣ, ଜୀବନ ଜ୍ୟୋତି, ଶ୍ରୀ ଶ୍ରୀ ମା ଆନନ୍ଦା, ରାମ କୃଷ୍ଣ ବାଳାଶ୍ରମ, ପ୍ରତିଭା ଓ ମଧୁମୟୀ ଆଦର୍ଶ ଶିକ୍ଷା ନିକେତନ ଆଦି ୭ଟି ଶିଶୁ ସଂସ୍ଥାନ (ଚିଲ୍ଡ୍ରେନ୍ସ ଫାଉଣ୍ଡେସନ) ସହିତ ସହଭାଗୀତା କରିଛି, ଏବଂ ଏହାଦ୍ୱାରା ପାର୍ବଣ ଊଦ୍ଧ୍ୱର୍ରେ ନିଜର ସେବା ସ୍ତମ୍ଭକୁ ସମ୍ପ୍ରସାରିତ କରିଛି ।
‘ଆୟୋଡିନ କା ତିଲକ୍’ ପ୍ରୟାସ ୩ ଲକ୍ଷରୁ ଅଧିକ ଭକ୍ତଙ୍କ ସହିତ ଭାବ ବିନିମୟ କରିବାକୁ ସମର୍ଥ କରିବା ସହିତ ଦୈନନ୍ଦିନ ପୋଷଣରେ ଆୟୋଡିନର ଭୂମିକାକୁ ନେଇ ଅର୍ଥପୂର୍ଣ୍ଣ ଆଲୋଚନା ଆଗେଇ ନେଇଥିଲା । ୧.୫ ଲକ୍ଷ ଗ୍ଲାସ ଲେମ୍ବୁ ସରବତ ଏବଂ ପଖାଳ ତୋରାଣୀ ଓ ଚିମୁଟାଏ ଆଶୀର୍ବାଦ ଆୟୋଡିନଯୁକ୍ତ ଲୁଣର ମିଶ୍ରଣରେ ପ୍ରସ୍ତୁତ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ପାନୀୟ ଟଙ୍କ ତୋରାଣୀ ବଣ୍ଟନ କରାଯାଇଥିଲା, ଯାହା ଓଡ଼ିଶାର ସମୃଦ୍ଧ ବ୍ୟଞ୍ଜନ ପ୍ରସ୍ତୁତି ଐତିହ୍ୟକୁ ପାଳନ କରିବା ସହିତ ଦୈନନ୍ଦିନ ଭୋଜନଗୁଡିକରେ ଆୟୋଡିନଯୁକ୍ତ ଲୁଣର ଭୂମିକାକୁ ପୁନଃ ସୁଦୃଢୀକରଣ କରିଥିଲା ।
ଆଶୀର୍ବାଦ ସଲ୍ଟ ନିମନ୍ତେ ଏହି ପାର୍ବଣ କେବେହେଲେ ଶେଷ ବିନ୍ଦୁ ଭାବରେ ଉଦ୍ଦିଷ୍ଟ ନଥିଲା । ସେହି ସଦିଚ୍ଛାକୁ ଏକ ସୁସଂହତ ପୋଷଣ ସହଭାଗୀତାରେ ପରିଣତ କରି ଏହି ବ୍ରାଣ୍ଡ୍ ସାମୂହିକ ଭକ୍ତିଭାବକୁ ଏକ ପ୍ରଚଳିତ ସେବା ଧାରାରେ ପରିଣତ କରିଛି, ଯାହା ସୁନିଶ୍ଚିତ କରୁଛି ଯେ ରଥ ଯାତ୍ରାରେ ଆରମ୍ଭ ହୋଇଥିବା ଆଲୋଚନା ଦୀର୍ଘକାଳ ପରେ ମଧ୍ୟ ପିଲାମାନଙ୍କର ପୋଷଣ ନିମନ୍ତେ ବାସ୍ତବ ସମର୍ଥନରେ ରୂପାନ୍ତରିତ ହେବା ପ୍ରୟାସ ଜାରି ରହିବ ।
ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଅନୁଜ ରୁସ୍ତଗୀ, ବିଜିନେସ୍ ୟୁନିଟ ଚିଫ୍ ଏକ୍ଜିକୁ୍ୟଟିଭ, ଷ୍ଟାପଲସ୍, ଆଇଟିସି ଲିମିଟେଡ କହିଥିଲେ, “ରଥ ଯାତ୍ରା ହେଉଛି ବିଶ୍ୱାସ, ଗୋଷ୍ଠୀ ଓ ସେବାର ଏକ ଉତ୍ସବ ପାଳନ । ଆଶୀର୍ବାଦ ସଲ୍ଟ ଜରିଆରେ ଆମେ ଉଭୟ ସାଂସ୍କୃତିକ ଦୃଷ୍ଟିରୁ ଅର୍ଥପୂର୍ଣ୍ଣ ଓ ସାମାଜିକ ଦୃଷ୍ଟିରୁ ପ୍ରାସଙ୍ଗିକ ଉପାୟ ଜରିଆରେ ସେହି ଯାତ୍ରାରେ ଅଂଶଗ୍ରହଣ କରିବାକୁ ଚାହିଁଥିଲୁ । ପାର୍ବଣ ପରେ ମଧ୍ୟ ଆମର ସେବା ସମ୍ପ୍ରସାରିତ କରି ଆମେ ଆଶା କରୁଛୁ ଯେ, ରଥ ଯାତ୍ରାରେ ଆରମ୍ଭ ହୋଇଥିବା ଆଲୋଚନା ପିଲାମାନଙ୍କର ପୋଷଣକୁ ସ୍ଥାନୀୟ ସମର୍ଥନ ନିମନ୍ତେ ନିରନ୍ତର ଅର୍ଥପୂର୍ଣ୍ଣ ହୋଇ ରହିବ ।”
ଦର୍ଶନ, ଅନ୍ନ ଓ ସେବା ଆଦି ତିନି ସ୍ତମ୍ଭକୁ ଏକତ୍ରିତ କରି ଆଶୀର୍ବାଦ ସଲ୍ଟ ଏକ ପାର୍ବଣକାଳୀନ ସକ୍ରିୟକରଣ କିଭଳି ଏକ ଦୀର୍ଘସୂତ୍ରୀ ସାମାଜିକ ପ୍ରଭାବକାରୀ ପ୍ରୟାସରେ ପରିବର୍ତ୍ତିତ ହୋଇପାରିବ, ତାହା ପ୍ରଦର୍ଶିତ କରିଛି । ରଥ ଯାତ୍ରା ସମୟରେ ଆୟୋଡିନକୁ ନେଇ ସଚେତନତା ପ୍ରସାର କରିବାର ପ୍ରୟାସ ଭାବରେ ଯାହା ଆରମ୍ଭ ହୋଇଥିଲା, ତାହା ଏବେ ପାର୍ବଣ ପରେ ମଧ୍ୟ ପିଲାମାନଙ୍କର ପୋଷଣଗତ ଦିଗ ପ୍ରତି ସ୍ଥାୟୀ ଅବଦାନ ରଖୁଥିବା ଦୀର୍ଘସ୍ଥାୟୀ ପ୍ରୟାସ ହୋଇଛି ।