ବୁଲେଟ ରାଜନୀତି :ବିଜେପୁରରେ ଗୁଳି, ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0

 

ଏହା ଉପନିର୍ବାଚନକୁ ଟାଳିବା ଓ ପରାଜୟରୁ ବର୍ତ୍ତିବା ନିମନ୍ତେ ବିଜେପିର ବୁଲେଟ ରାଜନୀତି : ବିଜେଡ଼ି

ବାରିପଦା ରୁ ଦିଲ୍ଲୀପ ମହାନ୍ତି :  ମୟୂରଭଞ୍ଜ ବିଜେପି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାନୁଆରୀ ୯ ମଙ୍ଗଳବାର ବିଜେପୁରରେ ଗତ ରବିବାର ରାତିରେ ହୋଇଥିବା ଗୁଳି ଚାଳନାକୁ ନେଇ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉକ୍ତ ଗୁଳିଚାଳନା ମାମଲାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ଜିଲାପାଳଙ୍କ ଜରିଆରେ ଓଡ଼ିଶା ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ସମାବେଶରେ ଛୋଟଲାଲ ମହାନ୍ତ, ମଳୟ ଜେନା, ସୁବାଷ ପ୍ରଧାନ, ବିଜୟ ଦାସ, ଲକ୍ଷ୍ମୀଧର ହାବଡ଼ା, କୌଶଲ୍ୟା ନାଏକ, କୁମାର ମଙ୍ଗଳମ୍, ଏମଡ଼ି ଅମିରୁଦ୍ଧିନ ପ୍ରମୁଖ ପ୍ରାୟ ୫୦ରୁ ଅଧିକ  ବିଜେପି ନେତା, କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ ।
           ବରଗଡ଼ ଜିଲା ବିଜେପୁର ବ୍ଲକ ପଡ଼ାଗାଁର ବାସିନ୍ଦା ତଥା ବିଜେପିର ମଣ୍ଡଳ ସଭାପତି ମନୋରଞ୍ଜନ ମେହେର । ଗତ ଜାନୁଆରୀ ୭ ରବିବାର ରାତିରେ ମନୋରଞ୍ଜନ ଘରେ ନ ଥିବା ବେଳେ କେତେକ ଅଜଣା ଦୁର୍ବୁତ୍ତ ମୁହଁରେ ମୁଖା ପିନ୍ଧି ବୋଲେରୋ ଗାଡ଼ିରେ ତାଙ୍କ ବାସଭବନରେ ପହଁଞ୍ଚି ଘର ଉପରକୁ ଗୁଳି ଚାଳନା କରି ଫେରାର ହୋଇଯାଇ ଥିଲେ । ଏହି ଗୁଳି ଚାଳନାକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇପଡ଼ିଛି । ବିଜେପି ପକ୍ଷରୁ ବିଜେଡ଼ିରନେତା ଓ ସମର୍ଥକମାନେ ଗୁଣ୍ଡାରାଜ ଚଳାଇ ଆତଙ୍କ ସୃଷ୍ଟି କରାଯାଉଥିବାର ଅଭିଯୋଗ ନେଇ ଆନେ୍ଦାଳନ ଆରମ୍ଭ କରିଥିବା ବେଳେ ବିଜେଡ଼ିର ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି ଏହାକୁ ରୋଗ ଜ୍ୱାଳା ସହ୍ୟ କରି ନ ପାରି ତାଟିଆ କାମୁଡ଼ା ବୋଲି କହିଛନ୍ତି । ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଶୂନ୍ୟ ପଡ଼ିଥିବା ଆସନରେ ବିଜେପି ଉପନିର୍ବାଚନର ସମ୍ମୁଖୀନ ହେବାକୁ ଭୟ କରୁଛି । ଓଡ଼ିଶାର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନବବାବୁଙ୍କ ଲୋକପ୍ରିୟତାକୁ ବିଜେପି ଡ଼ରୁଛି । ନିର୍ବାଚନରେ ନବୀନବାବୁଙ୍କର ନେତୃତ୍ୱରେ ବିଜେଡ଼ି ପ୍ରାର୍ଥୀ ବିଜେପୁର ଉପନିର୍ବାଚନରେ ବିଜୟ ହେବା ସୁନିଶ୍ଚିତ ଏବଂ ପରବର୍ତ୍ତି ସମୟରେ ବିଜେପି କେଉଁ ମୁହଁରେ ରାଜ୍ୟବାସୀଙ୍କର ସମ୍ମୁଖୀନ ହେବ, ସେହି ଭୟରେ ଉପନିର୍ବାଚନକୁ ଟାଳିବା ଏବଂ ବିଜେଡ଼ିକୁ ବଦନାମ କରାଇବା ନିମନ୍ତେ ଏକ ସୁଚିନ୍ତିତ ଯୋଜନା ବୋଲି  ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜେଡ଼ିର ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି ।

Leave A Reply

Your email address will not be published.