ବାଉଁଶଲୁଣ୍ଡିରୁ ଭେଜିପୁଟ: ତ୍ରିରଙ୍ଗା ଶୋଭାଯାତ୍ରାରେ କମ୍ପିଲା ଭଞ୍ଜନଗର
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟିର ମିଳିତ ଆନୁକୂଲ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
ଉଦ୍ଘାଟନୀ ସଭା ବାଉଁଶଲୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ବେଳେ ଆୟୋଜିତ ସଭାକୁ ଶୁଳପାଣି ଶତପଥୀ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ମହାପାତ୍ର (ଅଧ୍ୟକ୍ଷ, ଭଞ୍ଜନଗର ମ୍ୟୁନିସିପାଲିଟି), ଭାରତୀ ଦେବୀ (ବିଡିଓ, ଭଞ୍ଜନଗର), ଅଭିପ୍ସା ପଟ୍ଟନାୟକ (ତହସିଲଦାର), ମୁରଲୀକୃଷ୍ଣ ପଣ୍ଡା (ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ)ପ୍ରମୁଖ ଯୋଗ ଦେଇଥିଲେ |
ଶୋଭାଯାତ୍ରା ବାଉଁଶଲୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ସଡ଼କ ଉପଜିଲାପାଳ କାର୍ଯ୍ୟାଳୟ ଭେଜିପୁଟ ହୋଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ନାସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ପହଞ୍ଚିଥିଲା |
ଡାକବଙ୍ଗଳା ଠାରେ ଅନୁଷ୍ଠିତ ଉଦ୍ଯାପନୀ ସଭାକୁ ସାମାଜିକ କର୍ମୀ ମୁରଲୀଧର ପଣ୍ଡା ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ଓ କର୍ମଚାରୀ ଅଂଶଗ୍ରହଣ କରି ଦେଶପ୍ରେମର ବାର୍ତ୍ତା ବାଣ୍ଟିଥିଲେ।