ରାୟଗଡ଼: ସ୍ଥାନୀୟ ତୁମ୍ବିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଉଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଜୟଦେବ ସିଠ ଯୋଗ ଯୋଗଦେଇଥିଲେ । ଏହି ଅବସରରେ ଉକ୍ତ ବିଦ୍ୟାଳୟର ପ୍ରାୟ ୧୨୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ସବୁଜ ଭାରତ ହିଁ ସ୍ୱାଧୀନ ଭାରତର ପରିଚୟ” ବିଷୟ ବସ୍ତୁ ନେ଼ଇ କନିଷ୍ଠ ଓ ବରିଷ୍ଠ ବିଭାଗରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । କନିଷ୍ଠ ବିଭାଗରେ ଛାତ୍ରୀ ପଲ୍ଲବୀ କଣ୍ଡାଗରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ସଂପୂର୍ଣ୍ଣା ନାୟକ ଦୂତୀୟ ସ୍ଥାନ ଅଧିକାର କରିଥିବାବେଳେ ଛାତ୍ରୀ ଭବିଷ୍ୟା ହିମିରିକା ଓ ଅଙ୍କିତା ସାହୁ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର ହାସଲ କରିଥିଲେ । ସେହିଭଳି ବରିଷ୍ଠ ବିଭାଗରେ ଛାତ୍ର ଆକାଶ ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ପଙ୍କଜିନୀ ମେଲେକା ତୃତୀୟ ଓ ଛାତ୍ର ଅରୁଣ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ l

ଉକ୍ତ ବକ୍ତୃତା ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ରାଓ, ସହକାରୀ ଶିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାହୁ, ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ଶିକ୍ଷକ ଶ୍ରୀ ଶାନ୍ତନୁ କୁମାର ନାୟକ, ଶିକ୍ଷୟିତ୍ରୀ ସୁବାସିନୀ ଶବର, ସୁନୀତା ମିଶ୍ର ଓ ସଂଯୁକ୍ତା ପାଢ଼ୀ ଉପସ୍ଥିତ ଥିବାବେଳେ ସାଇପ୍ରିୟା ୱେଲଫର ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଭ୍ୟା ଗୀତାରାଣୀ ମିଶ୍ର, ସଭ୍ୟ ଲାଡୀ ଚନ୍ଦ୍ରମୌଳି, ଲକ୍ଷ୍ମୀ ନାରାୟଣ ପାଢ଼ୀ, ମନୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ l