ବିଜେପୁର: ହାତରେ ତ୍ରିରଙ୍ଗା, ମନରେ ଦେଶପ୍ରେମ। ଜାତୀୟ ପତାକାର ଗୌରବ ଓ ଦେଶଭକ୍ତିର ବାର୍ତ୍ତା ନେଇ ବିଜେପୁର ନିର୍ବାଚନମଣ୍ଡଳୀର ସାଇପାଲି ମଣ୍ଡଳ ପକ୍ଷରୁ ସାଇପାଲିରୁ ବଡ଼ବ୍ରାହ୍ମଣୀ ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। ଯାତ୍ରାରେ ତ୍ରିରଙ୍ଗା ପତାକାରେ ସମଗ୍ର ପଥ ଦେଶପ୍ରେମର ରଙ୍ଗରେ ରଙ୍ଗୀନ ହୋଇଉଠିଥିଲା।ସାଇପାଲି ମଣ୍ଡଳ ସଭାପତି ବୀର ସୁରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଯାତ୍ରାରେ ମଣ୍ଡଳ ପ୍ରଭାରୀ ଶରତ ବିଶିଙ୍କ ସମେତ ସମସ୍ତ ମଣ୍ଡଳ ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।ତ୍ରିରଙ୍ଗା ଯାତ୍ରାରେ ବଡ଼ବ୍ରାହ୍ମଣୀ ଜଗନ୍ନାଥ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଯୋଗଦାନ ବେଶ୍ ଆକର୍ଷଣୀୟ ହୋଇଥିଲା। ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ଯାତ୍ରାରେ ସାମିଲ ହୋଇ ଦେଶପ୍ରେମର ବାର୍ତ୍ତା ପ୍ରଦାନ କରିଥିଲେ।ସ୍ଥାନୀୟ ଜନସାଧାରଣ ମଧ୍ୟ ବହୁ ସଂଖ୍ୟାରେ ଯୋଗଦେଇଥିଲେ।ଯାତ୍ରା ସମୟରେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ସହିଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରାଯାଇଥିଲା। ତ୍ରିରଙ୍ଗା ପ୍ରତି ସମ୍ମାନ, ଦେଶ ପ୍ରତି ଭଲପାଇବା ଏବଂ ଜାତୀୟ ଏକତାର ବାର୍ତ୍ତା ନେଇ ଏହି ଯାତ୍ରା ଆଗକୁ ବଢ଼ିଥିଲା।
ସାଇପାଲିରୁ ଆରମ୍ଭ ହୋଇଥିବା ଯାତ୍ରା ବଡ଼ବ୍ରାହ୍ମଣୀରେ ପହଞ୍ଚିବା ପରେ ଉପସ୍ଥିତ ସମସ୍ତେ ଜାତୀୟ ପତାକା ପ୍ରତି ସମ୍ମାନ ଜଣାଇଥିଲେ।ଦେଶଭକ୍ତିର ଭାବନାରେ ଏକାଠି ହୋଇଥିବା ଏହି ତ୍ରିରଙ୍ଗା ଯାତ୍ରା ସ୍ଥାନୀୟ ଅଞ୍ଚଳରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା।କାର୍ଯ୍ୟକ୍ରମରେ ମଣ୍ଡଳର ସମସ୍ତ ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ, କାର୍ଯ୍ୟକର୍ତ୍ତା, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ସକ୍ରିୟ ଅଂଶଗ୍ରହଣ ଯାତ୍ରାକୁ ସଫଳ କରିଥିଲା। ତ୍ରିରଙ୍ଗାର ଗୌରବ ଓ ଦେଶପ୍ରେମର ଏହି ବାର୍ତ୍ତା ଅଞ୍ଚଳବାସୀଙ୍କ ମନରେ ଦେଶ ପ୍ରତି ଗର୍ବ ଓ ଏକତାର ଭାବନାକୁ ଆହୁରି ଦୃଢ଼ କରିଥିଲା।
Sign in
Sign in
Recover your password.
A password will be e-mailed to you.