ବଡ଼ବିଲ ପ୍ରେସ କ୍ଲବର ବାର୍ଷିକୋତ୍ସଵ

0

ବଡ଼ବିଲ/ଚିତ୍ତରଞ୍ଜନ କର : ବଡ଼ବିଲ ପ୍ରେସ କ୍ଲବର ବାର୍ଷିକୋତ୍ସଵ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ ହଲରେ ପାଳିତ ହୋଇଛି। ଏହି ଅବସରରେ ଅନୁଷ୍ଠିତ  ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଦୈତାରୀ ନାଏକ ଓ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ବରିଷ୍ଠ ସାମ୍ବାଦିକ ରବି ଦାସ ସାମ୍ବାଦିକମାନଙ୍କୁ ନିର୍ଭୟୀ ହୋଇ ସତ୍ୟ ଓ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହିତ ସାମ୍ବାଦିକ ସୁରକ୍ଷା ଆଇନ ଓ ସାମ୍ବାଦିକଙ୍କ ନିମନ୍ତେ ପେନସନ ଯୋଜନା ଲାଗୁ କରାଯିବାକୁ ଦୃଢ ଦାବି ଜଣାଇଥିଲେ।  ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବଡ଼ବିଲ ପ୍ରେସ କ୍ଲବ ତରଫରୁ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଏକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା। ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରସିଦ୍ଧ ବଂଶୀବାଦକ ବଂଶୀଧର ସାହୁ ଓ ଯୁବ କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ସାହୁଙ୍କ ସଙ୍ଗୀତ ପରିବେଷଣ ଉପସ୍ଥିତ  ଦର୍ଶକଙ୍କୁ ବିଭୋର କରିଥିଲା।

Leave A Reply

Your email address will not be published.