ବଲାଙ୍ଗୀର (୧୦/୦୮): ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାରେ ଦାବି ଓ ଆପତ୍ତି ଅବଧି ସମୟରେ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ ଗ୍ରହଣ, ଯାଞ୍ଚ ଓ ପରିଚାଳନା ନେଇ ବଲାଙ୍ଗୀରରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଡାଃ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଆଲୋକ କୁମାର ପଟେଲ, ଡେପୁଟି କଲେକ୍ଟର(ନିର୍ବାଚନ) ସୂର୍ଯ୍ୟକାନ୍ତ ପରିଡା, ସହକାରୀ ପଞ୍ଜୀକରଣ ନିର୍ବାଚକ ଅଧିକାରୀ ଜୟକୃଷ୍ଣ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ ।
ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ଦାବି ଓ ଆପତ୍ତି ଅବଧିରେ ଫର୍ମ-୯,୧୦, ୧୧, ୧୧ କ, ଓ ୧୧ଖ ର ସଠିକ୍ ଗ୍ରହଣ, ଯାଞ୍ଚ ଏବଂ ପରିଚାଳନା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଗ୍ରହଣ କରାଯାଉଥିବା ଫର୍ମଗୁଡ଼ିକର ନିୟମାନୁଯାୟୀ ଯାଞ୍ଚ ଓ ପରବର୍ତ୍ତୀ ପ୍ରକ୍ରିୟାକରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଏସ୍ଆଇଆର୍-୨୦୨୬ ପ୍ରକ୍ରିୟାର ସୁଚାରୁ କାର୍ଯ୍ୟକାରିତା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ଆଶଙ୍କା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସହଯୋଗ କରିଥିଲେ।