ପୁର୍ବତନ ରାଷ୍ଟ୍ରପତି ଭି ଭି ଗିରିଙ୍କର ଜୟନ୍ତୀ ପାଳନ ଅନୁଷ୍ଠିତ

11


ଆମ ଓଡ଼ିଶା ର ଗର୍ବ ଓ ଗୌରବର ପ୍ରତୀକ ତଥା ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରିଙ୍କର ୧୩୨ ତମ ଜନ୍ମ ଜୟନ୍ତୀ ଉତ୍ସବ ତାଙ୍କର ବାସସ୍ଥଳୀ ଅଥବା ବର୍ତ୍ତମାନ ର ଭି ଭି ଗିରି ପ୍ରଶିକ୍ଷଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ଚାନ୍ଦିନୀ ପଣ୍ଡା ଙ୍କ ପୌରହିତ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟା ଯୋଗ ଦେଇ ଅଧ୍ୟୟନ ରତ ଛାତ୍ରୀ ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଭଲ ପାଠ ପଢି ଭଲ ମଣିଷ ହେବାର ବାର୍ତ୍ତା ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ 🏫 ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ଓ କୃତି ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।

Leave A Reply

Your email address will not be published.