ଓଡ଼ିଶା ବ୍ରାହ୍ମଣ ମହାସଙ୍ଘ ଗଜପତି ଶାଖାର ଜରୁରୀ ବୈଠକ

28

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବସନ୍ତ ବିହାର ପରିସରରେ ସଂଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଏବଂ ଅଶ୍ୱିନୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ୨୭ତମ ରାଜ୍ୟ କାର୍ଯ୍ୟକାରିଣୀ ଅଧିବେଶନ ଚଳିତ ମାସ ତା : ୧୬.୦୮.୨୬ ରିଖ ରବିବାର ଦିନ ସକାଳ ୧୦.୩୦ ଘଣ୍ଟା ସମୟରେ , କେଉଁଝର ଜିଲ୍ଲା ଘଟଗାଁ ସ୍ଥିତ ତାରିଣୀ ମା କଲ୍ୟାଣ ମଣ୍ଡପ ଠାରେ , କେଉଁଝର ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଗଜେନ୍ଦ୍ର କୁମାର ପଣ୍ଡା ଗଜପତି ଜିଲ୍ଲା ତରଫରୁ ସେଠାରେ ଉପସ୍ଥିତ ହେବା ପାଇଁ ନିଷ୍ପତ୍ତି ନିଆଗଲା। ଏତଦ୍ ବ୍ୟତିତ ମହାସଙ୍ଘର ଆଗାମୀ ୫ ବର୍ଷ ଭିତରେ କାର୍ଯ୍ୟକାରୀ ହେବା ବିଷୟ ଗୁଡ଼ିକ ହେଲା, ବିଶାଳ ସମାବେଶ ଭୁବନେଶ୍ୱରରେ ହେବ , ଶ୍ରୀକ୍ଷେତ୍ରରେ ବ୍ରାହ୍ମଣ ଭବନ ନିର୍ମାଣ ପାଇଁ ଜିଲ୍ଲାସ୍ତରୀୟ ଅନୁଦାନ ସଂଗ୍ରହ , ଜିଲ୍ଲାରେ ଆଜୀବନ ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବ , ବ୍ରାହ୍ମଣ ମାନଙ୍କ ସ୍ୱାସ୍ଥ୍ୟଗତ ସାମାଜିକ ଆଇନ୍‌ଗତ ସହାୟତା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଗଲା ।
ପର୍ଶୁରାମ ବାହିନୀ ନିମନ୍ତେ ୧୦୦ ଜଣ ଯୁବକଙ୍କୁ ଠିକ୍ କରାଗଲା ଏହା ବ୍ୟତିତ ଅନ୍ୟାନ ଗଠନ ମୂଳକ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ପ୍ରମୋଦ ଚନ୍ଦ୍ର ପାଢ଼ୀ ସଂଯୋଜନା କରିଥିବା ବେଳେ ସଭା ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.