କାନାରା ବ୍ୟାଙ୍କ ତରଫରୁ ବାଳିକା ଶୌଚାଳୟ ନିର୍ମାଣ

11

ଓଡ଼ଗାଁ,୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ନିକଟବର୍ତ୍ତୀ ଦଧିବାମନ ଉଚ୍ଚ ବିଦ୍ୟାଳୟ, ଶିଖରପୁର ପରିସରରେ କାନାରା ବ୍ୟାଙ୍କ ଆନୁକୁଲ୍ୟରେ ଏକ କର୍ପୋରେଟ ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟକ୍ରମରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ସିଏସଆର କାର୍ଯ୍ୟକଳାପ ମାଧ୍ୟମରେ ୨ ଲକ୍ଷ ଟଙ୍କା ବ୍ୟୟରେ ଏକ ବାଳିକା ଶୌଚାଳୟ ନିର୍ମାଣ କରାଯାଇଛି। ଏହି ଶୌଚାଳୟର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ଶେକ୍ ମହାବୁବଙ୍କ ଉପସ୍ଥିତିରେ ସମ୍ୱିତ ଶତପଥୀ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସନ୍ୟାସୀ ପ୍ରଧାନ, ସରପଞ୍ଚ, ଶିଖରପୁର ଗ୍ରାମ ପଞ୍ଚାୟତ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଦାସ, ଶିଖରପୁର କାନାରା ବ୍ୟାଙ୍କ ଶାଖା ପରିଚାଳକ ସିଲୁ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାଗବତ ସେଠୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.