ଓଡ଼ଗାଁ, ୬ା୮(ଶ୍ରୀକାନ୍ତ କୁମାର ମିଶ୍ର): ଶିକ୍ଷା କେବଳ ଅର୍ଥ ରୋଜଗାରର ମାଧ୍ୟମ ନୁହେଁ, ଏହା ମଣିଷର ଅନ୍ତର୍ନିହିତ ଜ୍ଞାନ ଭଣ୍ଡାରକୁ ସମୃଦ୍ଧ କରିଥାଏ। ଭୌତିକ ଜୀବନରେ ବଞ୍ଚିବା ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ସମାଜକୁ ସେବା ପ୍ରଦାନ କରିବା ସହ ସମ୍ମାନର ସହ ଅର୍ଥ ଉପାର୍ଜନ କରିବାର ଆବଶ୍ୟକ ରହିଛି । ତେଣୁ ଜଣେ ଛାତ୍ର ନିଜର ଶତ୍ରୁ ନହୋଇ ମିତ୍ର ହୋଇ ପାରିଲେ ଜୀବନ ସହଜ ଓ ସୁନ୍ଦର ହୋଇପାରିବ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ସ୍ନାତକ ମହାବିଦ୍ୟାଳୟରେ ଗୁରୁବାର ଅନୁଷ୍ଠିତ ପ୍ରବେଶ ଉତ୍ସବରେ ଆୟୋଜିତ ସଭାରେ ଅଧ୍ୟକ୍ଷ ରାଜକିଶୋର ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁକାନ୍ତ କୁମାର ସାହୁ, ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଚିତ୍ତରଞ୍ଜନ ଦାଶ, ରାଜନୀତି ବିଜ୍ଞାନ ଅଧ୍ୟାପକ ସୋହମ ପଣ୍ଡା, ପ୍ରାଣୀ ବିଜ୍ଞାନ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ସଂସ୍କୃତ ବିଭାଗ ଅଧ୍ୟାପକ ମୋହନ ଚନ୍ଦ୍ର ଦଳେଇ ଓ ଇତିହାସ ବିଭାଗ ଅଧ୍ୟାପକ ନିରୋଜ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ +୩ ଛାତ୍ରଛାତ୍ରୀଙ୍କୁ ଉପରୋକ୍ତ ପରାମର୍ଶ ଦେଇଥିଲେ। ଡିଇଓ ଜିତେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.