ମିଡିଆ କ୍ଲବ ଜି.ଉଦୟଗିରି ର ଏକ ସାଧାରଣ ବୈଠକ ଅନୁଷ୍ଠିତ

10

ଜି.ଉଦୟଗିରି, ୦୬/୦୭ ଅବନୀ କୁମାର ପ୍ରଧାନ : .ଜି.ଉଦୟଗିରି ଠାରେ ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି |ଏହି ବୈଠକ ରେ ସମ୍ପାଦକ ଚିନ୍ମୟ କୁମାର ସେଠୀ ପୂର୍ବ ବିବରଣୀ ପଠନ କରିଥିଲେ। ଏହି ବୈଠକରେ କ୍ଲବ୍ ର ଉପଦେଷ୍ଟା ଶିଶିର ପଟ୍ଟନାୟକ ଙ୍କ ସହ ସମ୍ପାଦକ ଅବନୀ କୁମାର ପ୍ରଧାନ,ସମୀର କୁମାର ପାଢ଼ୀ, ସାମନ୍ତ ଶେଖର ନାୟକ, ଆଶୁତୋଷ ସାହୁ, ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ମିଡ଼ିଆ କ୍ଲବ ରେ ନୂତନ ସଦସ୍ୟ ଭାବେ ଜାଲିନା ପ୍ରିୟଦର୍ଶିନୀ ଯୋଗ ଦେଇଥିବାରୁ କ୍ଲବ୍ ତରଫରୁ ତାଙ୍କୁ ସ୍ୱାଗତ କରାଗଲା। ତତ୍ ସହିତ ଭବିଷ୍ୟତ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଗଲା। ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.