କେନ୍ଦ୍ରାପଡ଼ା:୦୬/୦୮(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଜମ୍ବୁ ମେରେଇନ, କେନ୍ଦ୍ରାପଡ଼ା ସଦର ଓ କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ତେରଗାଓଁ ଗ୍ରାମର ରାମଚନ୍ଦ୍ର ସେଠୀ (ବୟସ–୪୪) ଙ୍କ ନିକଟରୁ ୨୫ ଲିଟର ଦେଶୀ ମଦ, ପ୍ରଭାକରପୁର ଗ୍ରାମର ରଜତ ରାଉତ (ବୟସ-୪୫) ଙ୍କ ନିକଟରୁ ୨୦ ଲିଟର ଦେଶୀ ରନ୍ଧା ମଦ, ରାଜଶ୍ରୀ ରାଉତ (ବୟସ-୩୯) ଙ୍କ ନିକଟରୁ ୯୦୦ କିଗ୍ରା ର ଗୁଡପୋଚ, ପାଟଳିପଙ୍କ ଗ୍ରାମର କୈଲାଶ ବେହେରା (ବୟସ-୪୧) ଙ୍କ ନିକଟରୁ ୧୯ ଲିଟର ବିଦେଶୀ ମଦ, ବରେଇ ଗ୍ରାମର କୈଲାଶ ଚନ୍ଦ୍ର ମୁଣ୍ଡଦୁ (ବୟସ–୬୦) ଙ୍କ ନିକଟରୁ ୨୮ ଲିଟର ଦେଶୀ, ଠାକୁର ପାଟଣା ଗ୍ରାମର ଅମର ସେଠୀ (ବୟସ-୪୫) ଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ, ବାରୁଆ ଗ୍ରାମର ବିଭୁତି ସାମଲ (ବୟସ-୨୬) ଙ୍କ ଠାରୁ ୨୨ ଲିଟର ଦେଶୀ ମଦ, ଜମଧର ଗ୍ରାମର ପୂର୍ଣ ଚନ୍ଦ୍ର ଦାସ (ବୟସ-୩୬) ଙ୍କ ନିକଟରୁ ନିକଟରୁ ୧୯ ଲିଟର ଦେଶୀ ମଦ ଏବଂ ଅର୍ଜୁନ ଚନ୍ଦ୍ର ବାରିକ (ବୟସ-୩୨) ଙ୍କ ନିକଟରୁ ନିକଟରୁ ୩୨ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା । ଏହି ଚଢ଼ାଉରେ ସମୁଦାୟ ୧୦୯୬ ଲିଟର ଦେଶୀ, ଦେଶୀ ରନ୍ଧା, ଗୁଡପୋଚ ଓ ବିଦେଶୀ ମଦ ଜବତ କରାଯିବା ସହ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ର, ଶ୍ରୀ ରଞ୍ଜନ କୁମାର ପାତ୍ର , ଦୀପକ କୁମାର ଜେନା ଏବଂ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।