ନୂଆପଡ଼ାରୁ ବିଜେପି ପ୍ରାର୍ଥୀ  ହେଲେ ହୋମ ସିଂ ମାଝୀ 

0

ନୂଆପଡା/ଅମିତ ପୁରୋହିତ   ;  କଲାହାଣ୍ଡି ଲୋକସଭା ଓ ନୂଆପଡା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରି ସାରିଥିଲେ ସୁଧା ବିଜେପି ର ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଦେଖାଯାଇଥିଲା । ଆଜି ମଧ୍ୟ ରାତ୍ରୀରେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । କଲାହାଣ୍ଡି ଲୋକସଭା ଆସନ ପାଇଁ ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ମନୋନିତ ହୋଇଥିଲା ବେଳେ ହୋମ ସିଂ ମାଝୀ ନୂଆପଡା ବିଧାନସଭା ଆସନ ପାଇଁ ମନୋନିତ ହୋଇଛନ୍ତି । ଶ୍ରୀ ମାଝୀଙ୍କ ଅନୁସାରେ କୃଷି ଓ କୃଷକ, ରାସ୍ତାଘାଟର ଉନ୍ନତି ଓ ଦାଦନ ସମସ୍ୟା  ନିର୍ବାଚନ ମୁଖ୍ୟ ପ୍ରସଙ୍ଗ ରହିବ ଏବଂ ବିଜେଡି ଦଳ ମୂଖ୍ୟ ଲକ୍ଷ୍ୟ ରହିବ ବୋଲି କହିଥିଲେ । ଆସନ୍ତା ୨୫ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ମଧ୍ୟ କହିଥିଲେ ।  

 

Leave A Reply

Your email address will not be published.