ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପ ଠାରେ ଚଳିତ ବର୍ଷ ନୂଆଖାଇ ଦିନ ପଦ୍ମପୁର ରେ ପାଳିତ ହେବାକୁଯାଉଥିବା ୨୮ତମ ବୁଢ଼ାସମ୍ବର ନୂଆଖାଇ ଭେଟଘାଟ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏବିସିଡ଼ି ର ସଭାପତି ଶ୍ରୀ ଅନିଲ ବେହେରା ଙ୍କ ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିଲା। ସମ୍ପାଦକ ଶ୍ରୀ ରଘୁନାଥ ପୁରୀ ବିଗତ ବର୍ଷ ର ବିବରଣୀ ଉତ୍ଥାପନ କରିଥିଲେ। କୋଷାଧକ୍ଷ୍ ଶ୍ରୀ ସୁରେଶ ମିଶ୍ର ଆୟ ଓ ବ୍ୟୟ ର ହିସାବ ସମସ୍ତଙ୍କୁ ଅବଗତ କରିଥିଲେ। ଚଳିତ ବର୍ଷ ନୂଆଖାଇ ପୂର୍ବ ଦିନ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା କରିବାର ପ୍ରସ୍ତାବ ନିଆଯାଇଥିଲା। ମହିଳା ଓ ଶିଶୁ ବର୍ଗ ଙ୍କ ପାଇଁ ରଙ୍ଗୋଲି, ଝୋଟି ପ୍ରତିଯୋଗିତା, ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା, ଏବଂ ଦ୍ଵିତୀୟ ବର୍ଷ ରେ ପଦାର୍ପଣ କରୁଥିବା ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା, ତଥା ୪୦ ବର୍ଷ ରୁ ଊର୍ଧ୍ୱ ବୟସ ର ଯୁବକ ମାନଙ୍କର ଏକ ପ୍ରତିଯୋଗିତା ହେବାର ସ୍ଥିରୀକୃତ ହୋଇଛି। ତା ସହିତ ନୂଆଖାଇ ଦିନ ଜନସାଧାରଣ ଙ୍କ ପାଇଁ ରଶିଟଣା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ। ଚଳିତ ବର୍ଷ ତା. ୧୫. ୦୯. ୨୦୨୬ ମଙ୍ଗଳବାର ଦିନ ନୂଆଖାଇ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ନୃତ୍ୟ ଦଳ, ହାସ୍ୟକବି, ସହିତ ନାମକରା ସଂଗୀତ ଗାୟକ ଆସିବାର ପ୍ରସ୍ତାବ ନିଆଯାଇଥିଲା ।ଏହି ବୈଠକରେ ସହ ସମ୍ପାଦକ ପ୍ରତାପ ନାଥ, ଲିଙ୍ଗରାଜ ସାହୁ, ଅମୀୟ କୁମାର ପୁରୋହିତ,ସହଦେଵ ମେହେର,ଅଂଶୁମାନ ମେହେର, ରବୀନ୍ଦ୍ର ଦାଶ, ସୁମନ୍ତ କୁମାର ସାହୁ, ଶାନ୍ତ ସଂଗ୍ରାମ ଭୋଇ ଉପସ୍ଥିତ ରହି ନିଜର ସୁ -ଚିନ୍ତିତ ମତାମତ ରଖିଥିଲେ। ଶେଷରେ ସଭାପତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.