ବେଲପାହାଡ଼, ୪/୮: ଆସାମରେ ସୃଷ୍ଟି ହୋଇଥିବା ଭୟାବହ ବନ୍ୟାରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଝାରସୁଗୁଡ଼ା ଜିଲ୍ଲାର ଗୁମାଡେରାସ୍ଥିତ ମାଆ ମେଡିକେୟାର ପକ୍ଷରୁ ଏକ ମାନବିକ ପଦକ୍ଷେପ ନିଆଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କ ଚିକିତ୍ସା ସହାୟତା ନିମନ୍ତେ ମାଆ ମେଡିକେୟାର ପକ୍ଷରୁ ପ୍ରାୟ ୬୫ ହଜାର ଟଙ୍କା ମୂଲ୍ୟର ଆବଶ୍ୟକୀୟ ଔଷଧ ଜିଲ୍ଲା ପ୍ରଶାସନ, ଝାରସୁଗୁଡ଼ାଙ୍କ ମାଧ୍ୟମରେ ଦାନ କରାଯାଇଛି।
ମାଆ ମେଡିକେୟାରର ମୁଖ୍ୟ ବସନ୍ତ କୁମାର ମହାନ୍ତି, ଗୁମାଡେରା, ବେଲପାହାଡ଼, ଝାରସୁଗୁଡ଼ାଙ୍କ ପକ୍ଷରୁ ଏହି ଔଷଧ ଦାନ କରାଯାଇଛି। ଆସାମର ବନ୍ୟା ପୀଡ଼ିତ ପରିବାରଗୁଡ଼ିକ ଏହି ଦୁର୍ଦ୍ଦିନରେ ଖାଦ୍ୟ, ଆଶ୍ରୟ ସହିତ ଚିକିତ୍ସା ଓ ଔଷଧର ଆବଶ୍ୟକତା ଅନୁଭବ କରୁଥିବାରୁ ସେମାନଙ୍କ ପାଖରେ ଛିଡ଼ା ହେବା ଉଦ୍ଦେଶ୍ୟରେ ଏହି ସହାୟତା କରାଯାଇଥିବା ଶ୍ରୀ ମହାନ୍ତି କହିଛନ୍ତି।
ଏହି ଅବସରରେ ଶ୍ରୀ ବସନ୍ତ ମହାନ୍ତି କହିଛନ୍ତି ଯେ, “ମାନବିକତାର ସେବା ହିଁ ପ୍ରକୃତ ସେବା। ଆସାମର ବନ୍ୟା ପୀଡ଼ିତ ଭାଇଭଉଣୀମାନଙ୍କ ଏହି ଦୁଃଖଦ ସମୟରେ ଆମ ସାମର୍ଥ୍ୟ ଅନୁସାରେ ସହାୟତାର ହାତ ବଢ଼ାଇବା ଆମର ଦାୟିତ୍ୱ। ମାଆ ମେଡିକେୟାର ପକ୍ଷରୁ ଏହି ଛୋଟ ପ୍ରୟାସ ଆବଶ୍ୟକତାରେ ଥିବା ଲୋକଙ୍କ କିଛି ମାତ୍ରାରେ ଉପକାରରେ ଆସିବ ବୋଲି ଆଶା କରୁଛୁ।”
Sign in
Sign in
Recover your password.
A password will be e-mailed to you.