ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାମନଗରରେ ଥିବା ବିଧାୟକ ରୁପେଶ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟରେ ସୋମବାର ମାସର ପ୍ରଥମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ସମସ୍ୟା ଶୁଣି ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଜନଅଭିଯୋଗ ଶୁଣାଣିରେ ଗୁମ୍ମା ବ୍ଲକ ଅନ୍ତର୍ଗତ କୁର୍ଲଣ୍ଡା ଗ୍ରାମର ପ୍ରତିନିଧିମାନେ ଗ୍ରାମରେ ଏକ ଡେମ୍ ୱାଲ୍ ନିର୍ମାଣ ପାଇଁ ବିଧାୟକଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ବିଧାୟକ ସମସ୍ୟାର ଗୁରୁତ୍ୱକୁ ବିଚାର କରି ଏହାର ଯଥାଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିଲେ।
ଏହାଛଡ଼ା ପାରଳା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ସହରାଞ୍ଚଳରୁ ଆସିଥିବା ଲୋକମାନେ ରାସ୍ତାଘାଟ , ପାନୀୟ ଜଳ , ବିଦ୍ୟୁତ , ସାମାଜିକ ସୁରକ୍ଷା , ଶିକ୍ଷା , ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଜନସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ। ବିଧାୟକ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ସହ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ସେମାନଙ୍କ ସମସ୍ୟାର ସମାଧାନ କରିବା ହିଁ ଏହି ଜନଅଭିଯୋଗ ଶୁଣାଣିର ମୂଳ ଉଦ୍ଦେଶ୍ୟ ବୋଲି ବିଧାୟକ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସାଧାରଣ ଲୋକ , ଦଳୀୟ କର୍ମୀ ଏବଂ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶୁଣାଣୀ ରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି .ତିରୁପତି ରାଓ ମଧ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.