ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ ।

39

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ୨୦୨୬ କୁ ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୀ ମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ନିର୍ବାଚନ ପ୍ରଶାସନ ପକ୍ଷରୁ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧୀ ମାନଙ୍କୁ ଫର୍ମ ୯, ଫର୍ମ ୧୦, ଫର୍ମ ୧୧, ଫର୍ମ ୧୧( କ) ଏବଂ ଫର୍ମ ୧୧(ଖ) ହସ୍ତାନ୍ତର କରାଯାଇଥିଲା। ଏହି ଫର୍ମ ଗୁଡ଼ିକରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ୨୦୨୬ ଅବସରରେ ପ୍ରାପ୍ତ ଦାବି ଓ ଆପତ୍ତି ସମ୍ବନ୍ଧୀୟ ତାଲିକା
ସାମିଲ ରହିଛି। ବୈଠକରେ ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ସ୍ବଚ୍ଛ କରିବା ଉପରେ ଗୁରୁତ୍ବ ଦିଆଯିବା ସହ ରାଜନୈତିକ ଦଳମାନଙ୍କୁ ଦାବି ଓ ଆପରି ସମ୍ପର୍କିତ ତାଲିକା ଯାଞ୍ଚ କରି ଆବଶ୍ୟକ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ଏହାସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସ୍ବଚ୍ଛ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ରାଜନୈତିକ ଦଳର ସହଯୋଗ ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ କରିଥିଲେ ଶ୍ରୀ ଭୋଇ । ଏହି ସର୍ବଦଳୀୟ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୀ ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ନିଜନିଜର ମତାମତ ରଖିଥିଲେ । ପ୍ରଶାସନ ପକ୍ଷରୁ ମଧ୍ଯ ଭୋଟର ତାଲିକା ସଂଶୋଧନର ସମସ୍ତ ପ୍ରକ୍ରିୟା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ବଚ୍ଛ ଓ ନିରପେକ୍ଷ ଭାବେ ପରିଚାଳିତ ହେଉଥ‌ିବା ସୂଚନା ଦିଆଯାଇଥିଲା।

Leave A Reply

Your email address will not be published.