କେନ୍ଦ୍ରାପଡା:03/07 (ପ୍ରଫୁଲ୍ଲ କୁମାର ମଲ୍ଲ) କାଉପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି। ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦେଇ ଦିବଙ୍ଗତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର୍ଗତ ବିମ୍ବାଧର ମୁଦୁଲିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ବକ୍ତାମାନେ ତାଙ୍କର ସ୍ୱାଧୀନତା ସଂଗ୍ରାମରେ ଅବଦାନ, ସମାଜସେବା ଓ ଆଦର୍ଶମୟ ଜୀବନ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ତାଙ୍କର ତ୍ୟାଗ ଓ ଅବଦାନ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ସରପଞ୍ଚ ପ୍ରତାପ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଡିଓ ନମିତା ବାରିକ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ସ୍ୱର୍ଗତ ମୁଦୁଲିଙ୍କ କର୍ମମୟ ଜୀବନ ଓ ଦେଶ ପ୍ରେମର ସ୍ମୃତିଚାରଣ କରିଥିଲେ। ଏହାଛଡ଼ା ପଞ୍ଚାୟତ ସମିତି ସଦସ୍ୟା ମିଲନପ୍ରଭା, ଦେବରାଜ ମହାପାତ୍ର, ସ୍ୱର୍ଗତ ବିମ୍ବାଧର ମୁଦୁଲିଙ୍କ ନାତି ନଟବର ସାହୁ ଓ ପଞ୍ଚାୟତର ସମସ୍ତ ୱାର୍ଡ ସଦସ୍ୟ ଉପସ୍ଥିତ ଥିଲେ।ଶେଷରେ ସ୍ୱର୍ଗତ ବିମ୍ବାଧର ମୁଦୁଲିଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.