ଦୁତୀକେଶ୍ବର ପୀଠରେ କାଉଡ଼ିଆଙ୍କ ଭିଡ଼

42


ସନ୍ଧ୍ୟା ସୁଦ୍ଧା ୨ ହଜାର ଟପିଲା କାଉଡ଼ିଆଙ୍କ ସଂଖ୍ୟା


ଓଡ଼ଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶ୍ରାବଣର ପ୍ରଥମ ସୋମବାର ଶୂଳପାଣି ବାବା ଦୁତୀକେଶ୍ବରଙ୍କ ନିକଟରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି। ରବିବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ବ କାଉଡ଼ିଆ ଦୂତିକେଶ୍ବର ରପୀଠରେ ପହଞ୍ଚିଥିବା ଜଣାପଡ଼ିଛି। ପ୍ରବଳ ଖରା ଯୋଗୁଁ ବହୁ କାଉଡ଼ିଆ ବିଭିନ୍ନ ସ୍ଥାନରେ ବିଶ୍ରାମ ନେଇଥିଲେ। ତେବେ ଅପରାହ୍ନରେ ବର୍ଷା ହେବା ପରେ କାଉଡ଼ିଆଙ୍କ ଆଗମନ ବଢ଼ିଥିବାରୁ ରାତି ସୁଦ୍ଧା ଏହି ସଂଖ୍ୟା ୩ ହଜାରୁ ୪ ହେବାର ଆକଳନ କରାଯାଉଛି। କାଉଡ଼ିଆଙ୍କ ବିଶ୍ରାମ ଓ ଅନ୍ୟାନ୍ୟ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକଧାରୀ ମାନେ କାଉଡ଼ିଆଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।
ଅନ୍ୟପକ୍ଷରେ ପୁରୁଷଙ୍କ ସହ ବହୁସଂଖ୍ୟାରେ ମହିଳା କାଉଡ଼ିଆ ଆସିଥିବାରୁ ସେମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକଙ୍କ ନିର୍ଦ୍ଦେଶକ୍ରମେ ମହିଳା ପୋଲିସ ଅଧିକାରୀ ଏଏସ୍‌ଆଇ ଟିଟୁବାଳା ବେହେରାଙ୍କୁ ସ୍ବତନ୍ତ୍ର ଭାବେ ମୁତୟନ କରାଯାଇଛି। ସେହିପରି ସାମଗ୍ରିକ ଶୃଙ୍ଖଳା ରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଏସ୍‌ଆଇ ଚକ୍ରଧର ସିଂଙ୍କ ନେତୃତ୍ବରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

Leave A Reply

Your email address will not be published.