ଓଡ଼ଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଜୁଲାଇ ୨୭ ତାରିଖରୁ ଚାଲିଥିବା ମହିଳା ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ଉଦ୍ଯାପିତ ହୋଇଯାଇଛି।
ମହିଳା ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷିକା ସୁନୀତା ବିଶୋଇ ୫୦ ଜଣ +୩ ଛାତ୍ରୀଙ୍କୁ ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେଇଥିଲେ।
ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ଉଦ୍ଯାପନୀ ସଭାରେ ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ପରିଷଦ ଜୋନ୍-୧ ସଭ୍ୟା ଝିଲି ପ୍ରଧାନ ଓ କୁରାଳ ସରପଞ୍ଚ ବିଜନ ପାଇକରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ ‘ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍’ ମାଧ୍ୟମରେ ଆୟୋଜିତ ଏହି ପ୍ରଶିକ୍ଷଣ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ସଚେତନତା ବୃଦ୍ଧି କରିବା ସହ ସେମାନଙ୍କ ସୁରକ୍ଷା ଓ ସଶକ୍ତିକରଣରେ ସହାୟକ ହେବ ବୋଲି କହିଥିଲେ। ଏଥିସହ ସମାଜରେ ମହିଳା ସୁରକ୍ଷା ସମ୍ପର୍କରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ଶକ୍ତିଶ୍ରୀ ସଂଯୋଜିକା ତଥା ଅଧ୍ୟାପିକା ସୁଷମା ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିଜୟାନନ୍ଦ ଶତପଥୀ ସଭା ସଂଯୋଜନା କରିଥିଲେ। ଶେଷରେ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post