ଓଡ଼ଗାଁ, ୨ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ପରିସରସ୍ଥ ରଘୁନାଥ ଆଥଲେଟିକ ଆସୋସିଏସନ୍ ଠାରେ ରବିବାର ଶ୍ରୀ ଅରବିନ୍ଦଙ୍କ ତୃତୀୟ ବାର୍ଷିକ ବ୍ଲକସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜକିଶୋର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପାଠଚକ୍ରରେ ନୟାଗଡ଼ ଜିଲ୍ଲା ସଂଗଠକ ତଥା ଆବାହକ ସୁନିଲ କୁମାର ପୃଷ୍ଟି ମୁଖ୍ୟଅତିଥି, ମହିଳା ପାଠଚକ୍ର ଆବାହିକା ପୁଷ୍ପାଞ୍ଜଳି ସାହୁ ମୁଖ୍ୟବକ୍ତା ଏବଂ ସନାନ୍ତନ ଲେଙ୍କା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।
ଏହି ଅବସରରେ ଶ୍ରୀମାଙ୍କ କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ସହ ସମାଜର ସୁଗଠନ ଦିଗରେ କିପରି କାର୍ଯ୍ୟ କରାଯାଇପାରିବ, ସେନେଇ ଅତିଥିମାନେ ଆଲୋକପାତ କରିଥିଲେ। ଓଡ଼ଗାଁ ବ୍ଲକ ଆବାହକ ସୁକାନ୍ତ ଭାଇ, ରାଜକିଶୋର ଭାଇ ଓ ରମେଶ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ଗାଁ ପାଠଚକ୍ରର କୈଳାସ ଭାଇ, ଶରତ ଭାଇ, ଲକ୍ଷ୍ମୀ ଅପା ଓ ବିଜୟଲକ୍ଷ୍ମୀ ଅପା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଆବାହକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post