ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭୋଜିଭାତରେ ବ୍ୟସ୍ତ: ବିଜେଡି

1


୨୦ରୁ ଉଦ୍ଧ୍ୱର୍ର୍ ଜିଲ୍ଲା ବନ୍ୟା ପ୍ରଭାବିତ
-ବନ୍ୟାରେ ୭ ଜଣଙ୍କ ଜୀବନହାନୀ, ୧୩୮୦ ଗୃହପାଳିତ ପଶୁଙ୍କ ମୃତୁ୍ୟ
-ଅଧିକାଂଶ ବନ୍ୟା ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚି ପାରିନାହିଁ


ଭୁବନେଶ୍ୱର, ୩୧/୦୭/୨୦୨୬: ରାଜ୍ୟରେ ୨୦ରୁ ଉଦ୍ଧ୍ୱର୍ର୍ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇ ସ୍ଥିତି ସଂଗୀନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତୃବୃନ୍ଦ ନୂଆଦିଲ୍ଲୀରେ ଭୋଜିଭାତରେ ବ୍ୟସ୍ତ ଅଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ତଥା ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବନ୍ୟାରେ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ ।
ଦେବୀ ପ୍ରସାଦ ମିଶ୍ର କହିଥିଲେ, ସାରା ରାଜ୍ୟରେ ବନ୍ୟା ସ୍ଥିତି ସଂଗୀନ ହୋଇଛି । ଗତ ସରକାରଙ୍କ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ସୁଦୃଢ଼ ବ୍ୟବସ୍ଥା ହୋଇଥିଲା, ଯେଉଁଥି ପାଇଁ ଓଡିଶା ସମଗ୍ର ଦେଶ ଓ ବିଶ୍ୱରେ ପ୍ରଶଂସିତ ହୋଇଥିଲା । ଚଳିତ ବନ୍ୟାରେ ରାଜ୍ୟରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୧୩୮୦ ଗୃହ ପାଳିତ ପଶୁ ପ୍ରାଣ ହରାଇଛନ୍ତି ଓ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ରାଜ୍ୟର ସ୍ଥିତି ସଙ୍ଗୀନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ମାନେ ନୂଆଦିଲ୍ଲୀରେ ଭୋଜି ଭାତରେ ମାତିଛନ୍ତି । ନବୀନଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତି ଆଜି ବିଜେପି ସରକାରଙ୍କ ପାଇଁ ଅଦରକାରୀ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିରୋ କାଜୁଆଲିଟି କଥା କହୁଛନ୍ତି, କିନ୍ତୁ ତାହା କାମରେ ଲାଗୁନାହିଁ ।
ଅତନୁ ସବ୍ୟସାଚୀ ନାୟକ କହିଥିଲେ, ରାଜ୍ୟର ୨୦ରୁ ଅଧିକ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଅପରପକ୍ଷରେ, ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜେପି ସାଂସଦ ମାନଙ୍କୁ ହୋଟେଲ ଅଶୋକରେ ଭୋଜି ଦେଉଛନ୍ତି । ରୋମ ଜଳୁଥିଲା ବେଳେ ନୁ୍ୟରୋ ବଂଶୀ ବାଦନ କରୁଥିବା ଭଳି ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ରାଜ୍ୟବାସୀ ଡହଳବିକଳ ହେଉଥିବା ବେଳେ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଭୋଜିଭାତରେ ମାତିଛନ୍ତି । ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ, ସ୍ୱାଭାବିକ ଭାବେ ନବୀନ ପଟ୍ଟନାୟକ ମନେ ପଡ଼ନ୍ତି । ତାଙ୍କର ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ଜିରୋ କାଜୁଆଲିଟି ନୀତି ଲୋକଙ୍କ ସ୍ମରଣରେ ଆସେ । କିନ୍ତୁ, ବନ୍ୟା ସ୍ଥିତି ଉକ୍ରଟ ହୋଇଥିବା ବେଳେ, ପ୍ରଭାବିତ ଲୋକମାନେ ସହାୟତା ପାଇଁ ଅନାଇ ବସିଛନ୍ତି । ଅଧିକାଂଶ ଜାଗାରେ ଶୁଖିଲା ଖାଦ୍ୟ ପହଞ୍ଚି ପାରିନାହିଁ । ବନ୍ୟା ଅଞ୍ଚଳରେ ରନ୍ଧା ଖାଦ୍ୟ ପ୍ରଦାନ କରିବାର ବ୍ୟବସ୍ଥା ଥିବା ସତ୍ତ୍ୱେ, ତାହା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।

Leave A Reply

Your email address will not be published.