ଛୁରୀ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଓ ଜଣେ ନାବାଳକ କାବୁ

8

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ରଘୁନାଥପାଲି ଥାନା ପୁଲିସ ଏକ ଛୁରୀ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ୩ ଜଣ ଅଭିଯୁକ୍ତଙ୍କ ସହ ଜଣେ ନାବାଳକଙ୍କୁ କାବୁ କରିଛି। ଏହି ମାମଲାରେ ରଘୁନାଥପାଲି ଥାନା କେସ୍ ନଂ-୪୫୩, ତାରିଖ ୩୦.୦୭.୨୦୨୬ ଅନୁଯାୟୀ ବିଏନଏସ୍ (BNS) ଧାରା ୩୦୯(୬) ରେ ମାମଲା ରୁଜୁ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ମାଲଗୋଦାମ ଅଞ୍ଚଳର ବାସିନ୍ଦା ମହମ୍ମଦ ପରୱେଜ (୧୮) ଗତ ୨୭ ଜୁଲାଇ ରାତି ପ୍ରାୟ ୧୧:୪୫ ସମୟରେ ବାଲୁଘାଟରୁ ମାଲଗୋଦାମକୁ ଫେରୁଥିବା ବେଳେ ଏଫ୍‌ସିଆଇ ବସ୍ତି ନିକଟରେ ମୁହଁରେ ମାସ୍କ ପିନ୍ଧିଥିବା ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ଛୁରୀ ଦେଖାଇ ଧମକ ଦେଇ ତାଙ୍କଠାରୁ ଏକ ନୀଳ ରଙ୍ଗର ଓପୋ F31 (5G) ମୋବାଇଲ୍ ଫୋନ୍, ସିମ୍ ନଂ 7377291093, ଏବଂ ୨,୦୦୦ ଟଙ୍କା ନଗଦ ଲୁଟି ନେଇଥିଲେ। ଏହାସହ ମୋବାଇଲ୍‌ର UPI PIN ମଧ୍ୟ ବାଧ୍ୟ କରି ଜାଣିନେଇଥିଲେ। ପ୍ରତିବାଦ କରିବାରୁ ଅଭିଯୋଗକାରୀଙ୍କୁ ମାଡ଼ ମାରିବା ସହ ବେକରେ ଛୁରୀ ଲଗାଇ ଭୟଭୀତ କରାଯାଇଥିଲା। ଘଟଣା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।

ତଦନ୍ତ ସମୟରେ ପୁଲିସ ସାଗର ପ୍ରଧାନ ଓ ତାଙ୍କ ସହଯୋଗୀ ଶୁଭ @ ପ୍ରଶାନ୍ତ ନାଏକ, ରାମଚନ୍ଦ୍ର ମାଛଖଣ୍ଡ ଏବଂ ଜଣେ ନାବାଳକ ଏହି ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା। ପଚରାଉଚରା ବେଳେ ସେମାନେ ଅପରାଧରେ ସମ୍ପୃକ୍ତି ସ୍ୱୀକାର କରିଥିବା ପୁଲିସ କହିଛି।

ଗିରଫ ଅଭିଯୁକ୍ତମାନେ ହେଲେ:

ସାଗର ପ୍ରଧାନ (୩୦), ରାଜୀବ ବସ୍ତି, ରଘୁନାଥପାଲି।

ଶୁଭ @ ପ୍ରଶାନ୍ତ ନାଏକ (୨୦), ଗାଧାଟୋଲା, ରଘୁନାଥପାଲି।

ରାମଚନ୍ଦ୍ର ମାଛଖଣ୍ଡ (୩୭), ଗାଧାଟୋଲା, ରଘୁନାଥପାଲି।

ଜଣେ ନାବାଳକ (CCL)।

ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ ୧,୦୦୦ ଟଙ୍କା ନଗଦ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ସାଗର ପ୍ରଧାନଙ୍କ ନାମରେ ପୂର୍ବରୁ ରଘୁନାଥପାଲି ଥାନାରେ ଲୁଟ୍, ଚୋରି ଓ ଅନ୍ୟାନ୍ୟ ସଙ୍ଗୀନ ଅପରାଧ ସମ୍ପର୍କିତ ଏକାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି।

ଏହି ମାମଲାର ତଦନ୍ତ ଉପ-ନିରୀକ୍ଷକ (SI) ଏସ୍. ଆର୍. ଗିରି କରୁଛନ୍ତି।

Leave A Reply

Your email address will not be published.