ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ ।

8


ବ୍ରହ୍ମପୁର: ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ISRD ଓ ସଖୀ ୱାନ ଷ୍ଟପ ସେଣ୍ଟର, ଗଞ୍ଜାମ ତରଫରୁ ବ୍ରହ୍ମପୁର ରେଳ ଷ୍ଟେସନରେ କାର୍ଯ୍ୟରତ ଶତାଧିକ କର୍ମଚାରୀ , ଭେଣ୍ଡର, କୁଲି, ସଫେଇ କର୍ମଚାରୀ, ହକେର ସ୍ଟାଫ, ଅଟୋ ଚାଳକଙ୍କ ସହ ରେଳ ସୁରକ୍ଷା ବଳ ଓ ସରକାରୀ ରେଳ ପୁଲିସଙ୍କ ସହଯୋଗରେ ଏକ ବୃହତ ମାନବ ଶୃଙ୍ଖଳା କାର୍ଯ୍ୟକ୍ରମ, ପଥପ୍ରାନ୍ତ ପଦଯାତ୍ରା ଓ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ମହାନଗର ନିଗମର ଆଯୁକ୍ତ କୁମାରୀ ଆକବରମ ସସ୍ୟ ରେଡ୍ଡୀ ଯୋଗଦେଇ ମାନବ ଚାଲାଣକୁ ପ୍ରତିରୋଧ କରିବାସହ ମହିଳା, କିଶୋର ଓ କିଶୋରୀ ବୟସର ଶିଶୁ ମାନଙ୍କ ଉପରେ ହେଉଥିବା ହିଂସାକୁ ରୋକିବା ଓ ଦୃଢ ପ୍ରତିବାଦ କରିବାକୁ ଅନୁରୋଧ କରିଥିଲେ । ଗ୍ରାମ୍ୟ ସ୍ତରରୁ ସଚେତନତା ସୃଷ୍ଟି କରିବା ଓ ଏହାର ସମ୍ଭାବ୍ୟ ପୀଡିତାଙ୍କୁ ଚିହ୍ନଟ କରି ସେମାନଙ୍କ ସୁରକ୍ଷା ଦେବା ସହ ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ କରିବାରେ ଆଇନ ପ୍ରଣୟନକାରୀ ସଂସ୍ଥାର ଭୂମିକା ଓ ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସମ୍ପର୍କ ସହ ମାନବ ଚାଲାଣର ବାସ୍ତବତା, ଏହାର ବିଭିନ୍ନ ରୂପ ଏବଂ ବ୍ୟକ୍ତି ସମ୍ପ୍ରଦାୟ ଉପରେ ଏହାର ବିନାଶକାରୀ ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ସୂଚନା ଦେବା ସହ ପୀଡିତାଙ୍କୁ ସୁରକ୍ଷା ଦେବା ତଥା ନ୍ୟାୟ, ଚିକିତ୍ସା ସେବା ଏବଂ ମାନସିକ ସମର୍ଥନ ପାଇବା ସମେତ ଚାଲାଣ ପୀଡିତାଙ୍କ ସୁରକ୍ଷା ଏବଂ ସମର୍ଥନ ସୁନିଶ୍ଚିତ କରିବା ଓ ମାନବ ଚାଲାଣ ରୋକିବା ତଥା ସୁରକ୍ଷାକୁ ସୁଦୃଢ଼ କରିବା, ଆଇନ ପ୍ରବର୍ତ୍ତନ ପ୍ରୟାସକୁ ବୃଦ୍ଧି କରିବା ଏବଂ ମାନବ ଚାଲାଣର ମୂଳ କାରଣଗୁଡ଼ିକୁ ଖୋଜି ସମାଧାନ କରିବା ଭଳି ପ୍ରତିରୋଧକ ପଦକ୍ଷେପ ଉପରେ ଧ୍ୟାନ ଦେବା ଆବଶ୍ୟକତା ବୋଲି ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଦେୱାନୀ ଅଦାଲତ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ଶୀତାଂଶୁ କୁମାର ପଣ୍ଡା ବ୍ରହ୍ମପୁର ମହାନଗର ନିଗମର ଉପ ଆଯୁକ୍ତ ଶ୍ରୀମତୀ କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ରେଳ ଷ୍ଟେସନ ପରିଚାଳକ ଶ୍ରୀଯୁକ୍ତ ଦୂର୍ଗାପ୍ରସାଦ ବ୍ରହ୍ମା, ରେଳ ସୁରକ୍ଷା ବଳ ଅଧିକାରୀ ଶ୍ରୀଯୁକ୍ତ ବିବେକ କୁମାର, i/c CTE ଶ୍ରୀଯୁକ୍ତ ଇପିଲି ଶ୍ରୀନିବାସ ରାଓ ମୁଖ୍ୟ ସ୍ୱାସ୍ଥ୍ୟ ନିରିକ୍ଷକ ଶ୍ରୀଯୁକ୍ତ Ch Bishnu, ସରକାରୀ ରେଳ ପୁଲିସ ଶ୍ରୀଯୁକ୍ତ ଗୋପୀନାଥ କୋଲକା, କୈଳାଶ ଚନ୍ଦ୍ର ବେହେରା, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପାର୍ବତୀ ପ୍ରଧାନ, ମହିଳା ସଶସ୍ତ୍ରୀ ଜିଲ୍ଲା ସଂଯୋଜକା ଶ୍ରୀମତୀ ଗୀତାଞ୍ଜଳି ମହାରଣା, ଶ୍ରୀଯୁକ୍ତ ସମୀର ସମ୍ବଳ, ସୁଶ୍ରୀ ବବିତା ମହାରଣା, ବାପୁଜୀ କନ୍ୟାରୀ, PCI ଜିଲ୍ଲା ସଂଯୋଜକ ଶ୍ରୀମତୀ ମନରମା ମଲ୍ଲିକ, ସାମନ୍ତୟ ଅକଡେମୀ ନିର୍ଦ୍ଧେଶକ ଶ୍ରୀଯୁକ୍ତ ଦେବେଶ ସାମନ୍ତରାୟ, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାୟକ, ଗାୟତ୍ରୀ ଶକ୍ତି ପୀଠ ପ୍ରମୁଖ ଶ୍ରୀଯୁକ୍ତ ପ୍ରଫୁଲ ଚନ୍ଦ୍ର ଦାଶ, କ୍ରାନ୍ତି ନିର୍ଦ୍ଧେଶକ ଡକ୍ଟର ଦେବାନନ୍ଦ ଦାସ, କୁଲି ସଂଘ ସଭାପତି J ଶଙ୍କର ପାତ୍ର, ଅଟୋ ସଂଘ ସଦସ୍ୟ ଶ୍ରୀଯୁକ୍ତ ସିମାଞ୍ଚଳ ସାହୁ, ଯୋଗଦେଇ ଉଦବୋଧନ ଦେଇଥିଲେ ।ରେଳ ଷ୍ଟେସନ ଅଞ୍ଚଳର ସମସ୍ତ ଅଂଶୀଦାର ବ୍ୟକ୍ତିତ୍ଵ ମାନେ ନିଜେ ସତର୍କ ରହିବା, ସୁରକ୍ଷିତ ସମାଜ ଗଠନ କରିବା ସହ ଠକେଇ ଜାଲରେ ନ ଫସି ଏକାଠି ହୋଇ ମାନବ ଚାଲାଣ ବିରୋଧରେ ସ୍ଵର ଉତ୍ତୋଳନ କରିବା ପାଇଁ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ISRDର ନିର୍ଦ୍ଧେଶକ ଶ୍ରୀଯୁକ୍ତ ସୁଧୀର ସାବତ ସଭାପତିତ୍ଵ କରିଥିବା ବେଳେ ୱାନ ଷ୍ଟପ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ମହେଶ୍ଵତା ପାଢୀ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ଶ୍ରୀମତୀ ସ୍ନେହମୟୀ ପାଢୀ, ଆସ୍କିଲା ରାଇକା, ମଧୁସ୍ମିତା ମଲ୍ଲିକ, ବଜରଙ୍ଗୀ ନାୟକ, ସାରଧି ଭାର୍ଗବୀ, ପ୍ରଭାତ କୁମାର ପାଢୀ, ବଲରାମ ମଲ୍ଲିକ, B ସୁନିତା କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ପରିଶେସରେ ISRD ସଖୀ ୱାନ ଷ୍ଟପ ସେଣ୍ଟର ର ଗୋପାଳକୃଷ୍ଣ ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ |

Leave A Reply

Your email address will not be published.