ଜି ଉଦୟଗିରି,୨୯/୦୭(ଅବନୀ କୁମାର ପ୍ରଧାନ): ଜି ଉଦୟଗିରି ନିକଟସ୍ଥ ଏମ୍ ଏମ୍ ସି ମେଡିକାଲ ଠାରେ ପଞ୍ଚାୟତ ସମିତି ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଅଛି।ବ୍ଲକ୍ ଉନ୍ନୟନ ଅଧିକାରୀ ସତ୍ୟ ନାରାୟଣ ମିଶ୍ର ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଡୁଡା ର ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ପି ପଦ୍ମା ,ସରପଂଚ ତ୍ରିଶୂଳ। ପ୍ରଧାନ,ବାଲିଗୁଡା ଉପ ଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମତା ପ୍ରଧାନ,ପୂର୍ଣ ବାସି ଦାସ,ମିନତି ନାୟକ,ସରିତା ରଥ,ସୁଶାନ୍ତ କୁମାର ସାହୁ,ସ୍ୱର୍ଣ୍ଣପ୍ରଭା ଦାସ,ସସ୍ମିତା ବେହେରା,ରାମନାଥ ସାହୁ ଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏମ୍ ଏମ୍ ସି ମେଡିକାଲ ର ସମସ୍ତ ନର୍ସିଂ ଛାତ୍ରୀ ମାନେ ସହଯୋଗ କରିଥିଲେ।ଏହି ଶିବିର ରେ ଶ୍ରବଣ ବାଧିତ, ସିକିଲିନ, ଦୃଷ୍ଟି ବାଧିତ,ମାନସିକ ରୋଗ ଆଦି ବିଭିନ୍ନ ରୋଗ ନେଇ ଆସୁଥିବା ଦିବ୍ୟାଙ୍ଗ ମାନେ ପରୀକ୍ଷା କରିବା ସହ ଆବଶ୍ୟକୀୟ ପ୍ରମାଣ ପତ୍ର ପାଇ ପାରିବେ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ବିଡ଼ିଓ ସତ୍ୟ ନାରାୟଣ ମିଶ୍ର।ଏହି ଶିବିର ରେ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରୁ ବହୁ ଦିବ୍ୟାଙ୍ଗ ଯୋଗ ଦେଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।
Sign in
Sign in
Recover your password.
A password will be e-mailed to you.