ତିର୍ତ୍ତୋଲ ରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

7


ଜଗତସିଂହପୁର, ତା ୨୯/୦୭/୨୬: ଲଘୁଚାପଜନିତ ବର୍ଷା ରେ ସମଗ୍ର ଓଡ଼ିଶା ପ୍ରଭାବିତ ହୋଇଛି। ଗତ ୨୬ ତାରିଖ ରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି।ଏପରି ସ୍ଥିତି ରେ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ର କୋଟକଣ, ମଣିଜଙ୍ଗା ପଞ୍ଚାୟତ ର ହରିପୁର ଓ ତିର୍ତ୍ତୋଲ ପଞ୍ଚାୟତ ର ଆଦିବାସୀ ସାହି ପରିଦର୍ଶନ କରିଥିଲେ। ସେଠାରେ ପ୍ରଶାସନ ପକ୍ଷରୁ ପ୍ରାୟ ୧୨୦ ପ୍ରଭାବିତ ଙ୍କୁ ନିକଟସ୍ଥ ଆଶ୍ରଯ ସ୍ଥଳୀ କୁ ସ୍ଥାନାନ୍ତରିତ କରାଯାଇଛି। ଆଶ୍ରୟ ସ୍ଥଳୀ ରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ସହ ପାନୀୟ ଜଳ, ଆବଶ୍ୟକୀୟ ଔଷଧ, ପଲିଥିନ୍ ଆଦି ଯୋଗାଇ ଦିଆଯାଇଛି। ଜିଲ୍ଲାପାଳ ପ୍ରଭାବିତ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବାସହ ଅଞ୍ଚଳ ବାସୀ ଭୟଭୀତ ନ ହୋଇ ଆଶ୍ରୟସ୍ଥଳୀ ରେ ରହିବାକୁ ପରାମର୍ଶ ଦେଇଛନ୍ତି। ପ୍ରଭାବିତ ଙ୍କ ସହ ପ୍ରତ୍ୟକ୍ଷ କଥାବାର୍ତ୍ତା ପରେ ସେମାନଙ୍କ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସେମାନଙ୍କ ପାଇଁ ଗୋଖାଦ୍ୟ, ପଶୁଖାଦ୍ୟ ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ସ୍ଥଳେ ଔଷଧ ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦାଖଲ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେବା ସହ ଆଦିବାସୀ ସାହି ନିକଟସ୍ଥ ଅଞ୍ଚଳ ରେ ଡ୍ରେନେଜ୍ ର ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିବାପାଇଁ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।ଏହି ଗସ୍ତ ସମୟରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ବିଡ଼ିଓ,ତହସିଲଦାର,ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.