ଦେବୋତ୍ତର ବିଭାଗ ସହ ଆଲୋଚନା କଲେ ଦେବାଳୟ ସୁରକ୍ଷା କମିଟି, ନୂତନ ଭାବେ ନିର୍ମାଣ ହେବ ମାଁ ଙ୍କ ପରଭା
ବଲାଙ୍ଗିର,୨୯/୭ – ବଲାଙ୍ଗିର ର ୪୮ ପାଟ ର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଦେବୀଙ୍କର ମନ୍ଦିର ବର୍ଷା ପାଣିରେ ଉବୁଡୁବୁ । ମୁଖ୍ୟ ଗମ୍ଭିରା ଘର ଗମ୍ଭୁଜ ଦିର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଫାଟ ଫାଟ ସୃଷ୍ଟି ହୋଇଥିବାରୁ ପ୍ରଶାସନ ଓ ବିଭିନ୍ନ ଜନପ୍ରତିନିଧିମାନଙ୍କ ସହ ଆଲୋଚନା କଲେ ମଧ୍ୟ କିଛି କାର୍ଯ୍ୟକାରି ହୋଇ ନାହିଁ । ୨୦୨୩ ରେ ମନ୍ଦିର ପରିକ୍ରମା ପ୍ରକଳ୍ପ ୧ କୋଟି ୧୦ ଲକ୍ଷ ଟଙ୍କା କାର୍ଯ୍ୟକାରୀ ହୋଇଥିବା ବେଳେ ମନ୍ଦିର ର ଗମ୍ଭିରା ଘର ବାଦ ପଡିଥିଲା । ମୁଖ୍ୟତଃ ଗମ୍ଭିରା ଘର ଗମ୍ଭୁଜ ଫାଟ ସୃଷ୍ଟି ହେବାରୁ ବର୍ଷା ପାଣି ପ୍ରବେଶ କରୁଛି । ଆଜି ଦେବୀଙ୍କ ପ୍ରତିମୁର୍ତ୍ତିରେ ପ୍ରବଳ ବର୍ଷା ରେ ମାଁ ଙ୍କ ପ୍ରତିମୁର୍ତ୍ତି ବର୍ଷା ପାଣିରେ ବୁଡିରହିଛି । କିଛି ଦିନ ପୂର୍ବରୁ ପାଣି ନିଷ୍କାସନ ରାସ୍ତା ନ ଥିବାରୁ ମାଁ ଙ୍କ ପରଭା ମଧ୍ୟ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି । ଏ ନେଇ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଆଲୋଚନାରେ ଉପଜିଲ୍ଲପାଳ ଆଲୋକ କୁମାର ପଟେଲ, ଦେବୋତ୍ତର ମ୍ୟାନେଜର ସୁଧିର କୁମାର ଦାଶ, କାହ୍ନା ଶତପଥି, ଦେବାଳୟ ଐତିହ୍ୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର ଓ ପୂଜକ ମହେନ୍ଦ୍ର ଦିସ୍ରୀ ଏ ବିଷୟରେ ଆଲୋଚନା କରିଥିଲେ । ବିଭାଗ ରୁ ସୂଚନା ପ୍ରଦାନ କରିଥିଲେ ଦଶହରା ପୂର୍ବରୁ ମାଁ ଙ୍କ ନୂତନ ପରଭା ନିର୍ମାଣ ହେବ ଓ ବିଭିନ୍ନ ମରାମତି ଓ ଗମ୍ଭିରଘରର ତଦାରଖ କରାଯିବ ଏବଂ ରତ୍ନତତ୍ତ୍ୱ ବିଭାଗକୁ ଚିଠି ପ୍ରଦାନ କିରାଯାଇଛିା