ଶିଶୁ ଚାଲାଣ ବିରୁଦ୍ଧରେ ଜିଲ୍ଲା ପ୍ରଶାସନନ ତରଫରୁ ସଚେତନତା କାର୍ଯ୍ୟକ୍ରମ

8

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଗଜପତି ତରଫରୁ ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ କେନ୍ଦ୍ର ସଭାଗୃହ ଠାରେ ଶିଶୁ ଚାଲାଣ ବିରୁଦ୍ଧର ଓ ଶିଶୁ ସହାୟତା ଯୋଗାଯୋଗ ନମ୍ୱର ୧୦୯୮ ର ପ୍ରଚାର ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସନ୍ୟାସୀ ବେହେରା , ଏଙ୍ଗରସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି କୁମାରୀ କାର୍ଜୀ ଓ ନାଏବ ସରପଞ୍ଚ ଶ୍ରୀ ମୁନା କୁମାର ଭୂୟାଁ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ , ଶିଶୁ ବିକାଶ ପ୍ରକଳ୍ପ କ୍ଷେତ୍ର ପରିଦର୍ଶିକା ମହିମା ମାଳି ଓ ଲକ୍ଷ୍ମୀପୁର ଏସ୍ ଏସ୍ ଡି ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ. ଫିରୋଜ ଖାନ୍ ଛିଞ୍ଚାଣି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ସଭାରେ ରାୟଗଡ଼ ବ୍ଲକ୍ ର ତିନୋଟି ପଞ୍ଚାୟତ ଯଥା ଲକ୍ଷ୍ମୀପୁର , ଏଙ୍ଗରସିଂ ଓ କଇଁପୁର ରୁ ୨୦୦ ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା , ଅଙ୍ଗନବାଡ଼ି କର୍ମୀ , ଏମ୍ ବି କେ କର୍ମୀ , ଗ୍ରାମର ୱାଡର୍ମେମ୍ୱର ଓ କିଶୋରୀ ବାଳିକା ଅଂଶଗ୍ରହଣ କରିଥିଲେ।
ସର୍ବପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ ଉପସ୍ଥିତ ଅଂଶ ଗ୍ରହଣକାରିଙ୍କୁ ବୁଝାଇ ଥିଲେ କି ଶିଶୁ ଚାଲାଣ ଏକ ଅପରାଧ ଅଟେ ଏବଂ ଏହାକୁ ସମସ୍ତେ ରୋକିବା ଦିଗରେ କାର୍ଯ୍ୟକରିବା ଓ କୌଣସି ଶିଶୁ ବିପଦସଙ୍କୁଳ ଅବସ୍ଥାରେ ଥିଲେ ତୁରନ୍ତ ୧୦୯୮ ଶିଶୁ ସହାୟତା ନମ୍ୱର ରେ ଫୋନ କରିବାକୁ ଅନୁରୋଧ କରିଥିଲେ ଓ ପରେ ସରକାରଙ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥଲେ। ଶିଶୁ ଚାଲାଣ ପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ଓ ଶିକ୍ଷକ ମାନଙ୍କ କି ପ୍ରକାର ଦାୟିତ୍ବ ଓ ଭୂମିକା ରହେ ସେ ସମ୍ବନ୍ଧରେ ବିସ୍ତୃତ ରୂପେ ଆଲୋଚନା କରିଥିଲେ। ବିଗତ ଦିନରେ ଘଟିଥିବା ଶିଶୁ ଚାଲାଣ ଉପରେ , ଶିଶୁ ମାନେ କିପରି ବାହାର ରାଜ୍ୟରେ ନିର୍ଯାତିତ ହୋଇଥିଲେ ସେ ସଂକ୍ରାନ୍ତରେ ଶିଶୁ ସୁରକ୍ଷା ଅଧିକାରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ସେହିପରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ଅତିଥି ମାନେ ଶିଶୁ ସୁରକ୍ଷା ଉପରେ ସମ୍ୟକ ଧାରଣା ପ୍ରଦାନ କରିବା ସହ ଏ ଅଞ୍ଚଳ ର ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ସୁରକ୍ଷା ଓ ଥଇଥାନ ଦିଗରେ କାମ କରିବାକୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.