ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଓ ମୋ ଭାରତ ପକ୍ଷରୁ ନିଶା ନିବାରଣ ଆଲୋଚନାଚକ୍ର ଅନୁଷ୍ଠିତ

7

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ପଦ୍ମପୁରସ୍ଥିତ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଓ ମୋ ଭାରତ ପକ୍ଷରୁ ନିଶା ନିବାରଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଅପରାହ୍ନ ଖବରକାଗଜର ଜିଲ୍ଲା ପ୍ରତିନିଧି ଶ୍ରୀ ରାଜେନ୍ଦ୍ର କୁମାର ରଥ , ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନୃତ୍ୟଗୁରୁ ଶ୍ରୀମତୀ ଡି.ପ୍ରିୟଙ୍କା , ଜ୍ଞାନପ୍ରକାଶର ଜିଲ୍ଲାମୁଖ୍ୟ ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ପ୍ରାରମ୍ଭରେ ଅତିଥିବୃନ୍ଦ ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପ୍ରଥମ ବର୍ଷର ଛାତ୍ର ଛାତ୍ରୀମାନଙ୍କୁ ଚାରା ବଣ୍ଟନ କରାଯାଇ ତାର ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର “ମୋ ଭାରତ ଅନୁଷ୍ଠାନ” ପକ୍ଷରୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଶା ନିବାରଣ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଯଥା :- ନୃତ୍ୟ , ସଙ୍ଗୀତ , ଚିତ୍ରାଙ୍କନ , ଅଭିନୟ ଓ ବକ୍ତୃତା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥି ସହିତ ମଞ୍ଚ ସଞ୍ଚାଳନ ଓ ପୁରସ୍କାର ବିତରଣ ଉତ୍ସବରେ ଅଧ୍ୟାପକ ଶ୍ରୀ ବିନୋଦ ଚନ୍ଦ୍ର ରଥ ଓ ଯୁବ ରେଡକ୍ରସର ସଂଯୋଜିକା ଶ୍ରୀମତୀ କଳ୍ପନା ପଣ୍ଡା ସହଯୋଗ କରିଥିଲେ। ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀବୃନ୍ଦ , ମୋ ଭାରତ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ଶିକ୍ଷକ , ଛାତ୍ରଛାତ୍ରୀ ଓ ଅଭିଭାବକଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

Leave A Reply

Your email address will not be published.