ପିଏମଶ୍ରୀ ସୋଲପଟ୍ଟା ସରକାରୀ ନୋଡାଲ ହାଇସ୍କୁଲ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ବରାଡ ନିର୍ବାଚିତ
ଓଡ଼ଗାଁ, ୨୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପିଏମଶ୍ରୀ ସୋଲପଟ୍ଟା ସରକାରୀ ନୋଡାଲ ହାଇସ୍କୁଲ ପରିଚାଳନା କମିଟିର ସଭାପତି ରୁପେ ପୂର୍ଣ୍ଣଚନ୍ଦ୍ର ବରାଡ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଲକ୍ଷ୍ମୀ ନାୟକ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ବିଦ୍ୟାଳୟ ଶ୍ରେଣୀ କକ୍ଷରେ ୧୪ ଜଣ ସଭ୍ୟ ସଭ୍ୟା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ପଦବୀ ପାଇଁ ପୂର୍ଣ୍ଣଚନ୍ଦ୍ର ବରାଡ ଓ ଲକ୍ଷ୍ମୀ ନାୟକ ୨ ଜଣ ପ୍ରାର୍ଥୀ ଆଗ୍ରହ ପ୍ରକାଶ କରିଥିବାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ନିର୍ବାଚନ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏବଂ ନିର୍ବାଚନ ପରେ ପୂର୍ଣ୍ଣଚନ୍ଦ୍ର ବରାଡ ୧୦ ଖଣ୍ଡ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ୪ ଖଣ୍ଡ ଭୋଟ ପାଇଥିବା ପ୍ରତିଦ୍ବନ୍ଦି ପାର୍ଥିନୀ ଲକ୍ଷ୍ମୀ ନାୟକଙ୍କୁ ସର୍ବ ସମ୍ମତି କ୍ରମେ ଉପସଭାପତି ଭାବେ ଚୟନ କରାଯାଇଥିଲା। ଏଥି ସହିତ ସନ୍ତୋଷ ସାରଙ୍କୁ ଶିକ୍ଷକ ପ୍ରତିନିଧି ଭାବେ ଚୟନ କରାଯାଇଥିଲା । ସୂଚନା ଥାଉକି ସଭାପତି ପ୍ରାର୍ଥୀ ଚୟନ ନିମନ୍ତେ ୩ ଦିନଧରି ଉଦ୍ୟମ ଅବ୍ୟାହତ ରହିଥିଲା ବେଳେ ଆଜି ତାହା ସଫଳ ହୋଇଛି ।