ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0 29


ଭୁବନେଶ୍ୱର, ଜୁଲାଇ ୨୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସଏସ୍) ଶାଖା ତରଫରୁ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ (ଆଇଭିଏସ୍ଏଏଚ୍) ପରିସରରେ ଶନିବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବୃକ୍ଷ ହିଁ ଜୀବନ । ବୃକ୍ଷ ଆମ ଜୀବନ ଓ ଜୀବିକା ସହିତ ଓତଃପ୍ରୋତ ଭାବେ ଜଡିତ । ବିନା ସର୍ତ ବା ସ୍ୱାର୍ଥରେ ବୃକ୍ଷ ଆମକୁ ଖାଦ୍ୟ, ଔଷଧ, ଫଳ, ଫୁଲ, ଜାଳେଣି ଇତ୍ୟାଦି ଦେବା ସହ ଅମ୍ଳଜାନ ପ୍ରଦାନ କରି ଜୀବନ ସୁରକ୍ଷା କରେ । ବୃକ୍ଷର ଏପରି ନିସର୍ତ ଉପକାରିତା ନେଇ ବ୍ୟାପକ ଭାବରେ ବୃକ୍ଷ ରୋପଣ କରିବାକୁ ଏଠାରେ ଏନ. ଏସ. ଏସ ତରଫରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଏନ୍ଏସ୍ଏସ୍ ପକ୍ଷରୁ ଆଇଭିଏସ୍ଏଏଚ୍ ପରିସରରେ ଏନ. ଏସ. ଏସର ଆବାହକ ଡ଼ଃ କମଳ ଲୋଚନ ମହାନ୍ତଙ୍କ ଅଧକ୍ଷତାରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଭିଏସଏଏଚ୍ର ଡିନ ପ୍ରଫେସର ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ବୃକ୍ଷର ଉପକାରିତା, ବିଶ୍ୱ ଉତାପ ହ୍ରାସ, ପରିବେଶ ସୁରକ୍ଷା, ବନ୍ୟ ପ୍ରାଣୀ ସୁରକ୍ଷା, ଜଳସ୍ତର ବୃଦ୍ଧି ସହିତ ଚାଷ କ୍ଷେତ୍ରରେ ଉନ୍ନତି ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ଯୁବ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାପକ ବୃକ୍ଷ ରୋପଣ କରି ପରିବେଶର ସନ୍ତୁଳନ ରକ୍ଷା କରିବାକୁ ପ୍ରଫେସର ଦାସ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇଭିଏସ୍ଏଏଚର ନିଦେ୍ର୍ଧଶକ ତଥା ଆବାହକ ଓ ମନିଟରିଙ୍ଗ ପ୍ରଫେସର କୌତୁକ କୁମାର ସର୍ଦ୍ଧାର, କୃଷି ବିଜ୍ଞାନ ମହାବିଦ୍ୟାଳୟ (ଆଇଏଏସ)ର ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ, ଏନ. ଏସ. ଏସ. ର ପ୍ରୋଗ୍ରାମ ଅଫିସର (ପ୍ରାଣୀ ଚିକିତ୍ସା ବିଜ୍ଞାନ) ତଥା ସହକାରୀ ଅଧ୍ୟାପକ ଦେବେନ୍ଦ୍ର ନାଥ ବିଶ୍ୱାଳ, କୃଷି ବିଜ୍ଞାନ ପ୍ରତିଷ୍ଠାନର ଏନ. ଏସ. ଏସ ଅଫିସର ସରୋଜ କୁମାର ମହାନ୍ତି, ଏନ. ସି. ସି ଅଫିସର ସନ୍ତୋଷ କୁମାର ସାହୁଙ୍କ ସମେତ ୨୫୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ବିଭିନ୍ନ ଗଛ ଯଥା – ବଉଳ, ଅଁଳା, ବେଲ, ଓଉ, ନିମ୍ବ, ସୁନାରୀ, ଜାମ୍ମୁ ଆଦିର ଚାରା ରୋପଣ କରିଥିଲେ ।

Leave A Reply

Your email address will not be published.