କୋଲାବିରା : କୋଲାବିରା ଗ୍ରାମରେ କିଛି ଦିନ ପୂର୍ବେ ଏକ ରାସ୍ତା ଦୁର୍ଘଟଣାରେ ଗୋଟିଏ ଗାଈ ଆହତ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ରବିବାର ଭୋରରୁ ଗାଈ ର ମୃତ୍ୟୁ ହୋଇଯାଇଥିଲା l ମୃତ ଗାଈ ର ମାଲିକ କେହି ନ ବାହାରିବାରୁ କୋଲାବିରା ଗୋ ସେବକ ସଂଘ ପକ୍ଷରୁ ଗାଈର ଅନ୍ତିମ ସଂସ୍କାର କରାଯାଇଥିଲା l ଗୋ ସେବକ ସଂସ୍ଥାର କିଶୋର ପୁହାଣ, କୁନୁ ଟଣ୍ଡକାର, ସୁରଜ ଦାସ ପ୍ରମୁଖ ଜେସିବି ସାହାଯ୍ୟରେ ଗାତ ଖୋଳି ଗାଈକୁ ପୋତି ଦେଇଥିଲେ l ଗୋସେବକ ସଂଘର ସଦସ୍ୟ ସମାସିଂହାର ପୂର୍ବତନ ସରପଞ୍ଚ ହେମନ୍ତ ସାହୁ ଜେସିବି ମେସିନ ଯୋଗାଇ ଦେଇଥିଲେ l କୋଲାବିରା ଗୋ ସେବକ ସଂଘ ରାସ୍ତାରେ ଦୁର୍ଘଟଣାର ଶିକାର ହେଉଥିବା ଗାଈ ଗୋରୁ ମାନଙ୍କ ଚିକିତ୍ସା ଦାୟିତ୍ଵ ନେଉଥିବା ବେଳେ ମୃତ ଗୋରୁ ମାନଙ୍କ ଅନ୍ତିମ ସଂସ୍କାର ମଧ୍ୟ କରୁଥିବାର ଅନେକ ଦୃଷ୍ଟାନ୍ତ ରହିଛି l
Sign in
Sign in
Recover your password.
A password will be e-mailed to you.